csstore

ଅନିୟମିତତା କାରଣରୁ ବିଜେପୁର ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ନିଲମ୍ବିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉପନିବନ୍ଧକ ସମବାୟ ସମିତି, ଟିଟିଲାଗଡ ତହସିଲଦାର, ଟିଟିଲାଗଡ ସହକାରୀ ନିବନ୍ଧକ ସମବାୟ ସମିତି ଓ ଟିଟିଲାଗଡ ଯୋଗାଣ ନିରିକ୍ଷକ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଜେପୁର ପ୍ରାଥମିକ କୃଷି ସମବାୟ ସମିତି(ପେକ୍ସ) ପରିଦର୍ଶନରେ ଯାଇ ଖରିଫ ଧାନ କ୍ରୟ ସମ୍ପର୍କିତ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିବା ସହ ମଣ୍ଡିରେ ଅନଧିକୃତ ଗଚ୍ଛିତ ଥିବା ୬୦ ବସ୍ତା ବେଆଇନ ଧାନ ଜବତ କରିଥିଲେ । ଗୋଦାମରେ ଅନଧିକୃତ ଗଚ୍ଛିତ ଥିବା ଧାନ ଏବଂ ଅନିୟମିତତା କାରଣ ଯୋଗୁଁ ବିଜେପୁର ପ୍ରାଥମିକ କୃଷି ସମବାୟ ସମିତି(ପେକ୍‌କ୍ସ)ର ସମ୍ପାଦକ ବିଘ୍ନେଶ୍ଵର ଭୋଇଙ୍କୁ ବିଜେପୁର ପେକ୍ସର ସଭାପତି ନିଲମ୍ବିତ କରିଛନ୍ତି । ସେହିପରି ଦେଓଗାଁ –ଟିଟିଲାଗଡ ରାସ୍ତାରେ ଏକ ଟାଟାଏସି ଗାଡି ସହ ୧୫.୨୦ କ୍ଵିଣ୍ଟାଲ ଧାନ ବଲାଙ୍ଗିର ସବ ଡିଭିଜନ ସ୍କ୍ୱାର୍ଡ ଜବତ କରିଛନ୍ତି ।

jayashree
Leave A Reply

Your email address will not be published.