ଭୁବନେଶ୍ୱରରେ ଭାରତୀୟ ହକି ଟିମ୍‌କୁ ଜୋରଦାର ସ୍ୱାଗତ

ଭୁବନେଶ୍ୱର : ହକି ବିଶ୍ୱକପ ଖେଳିବା ପାଇଁ ଆଜି ଭାରତୀୟ ହକି ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଟିମ୍‌କୁ ଜୋରଦାର ସ୍ୱାଗତ କରାଯାଇଛି । ସୂଚନାଯୋଗ୍ୟ ଯେ, ଜାନୁଆରୀ ୧୩ରୁ ୨୯ ତାରିଖ ଯାଏ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍‌ ଖେଳାଯିବ । ୧୩ ତାରିଖରେ ସ୍ପେନ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଅଧିନାୟକ ହରମିନପ୍ରୀତ ସିଂହଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଭାରତ । ଏହି ଦଳରେ ଓଡ଼ିଶାର ୨ ଜଣ ଖେଳାଳି ଅମିତ ରୋହିତାସ ଏବଂ ନୀଲମ ଖେସ୍‌ ଅଛନ୍ତି ।

Leave A Reply

Your email address will not be published.

error: Content is protected !!