ଆଜି କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କିଛି ମାସ ପରେ ପୁଣି କରୋନା ସଂକ୍ରମଣ ଚିନ୍ତା ବଢ଼ାଇଛି । ଚାଇନାରେ ସଂକ୍ରମଣ ବଢ଼ିବା ପରେ ରାଜ୍ୟରେ କରୋନା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୪ଟା ୩୦ ମିନିଟ୍‌ରେ ସମୀକ୍ଷା କରିବେ । ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ମେଡିକାଲ କଲେଜ କର୍ତ୍ତୃପକ୍ଷ ମଧ୍ୟ ବୈଠକରେ ଯୋଗ ଦେବେ । ସମ୍ଭାବ୍ୟ କୋଭିଡ୍‌ ମୁକାବିଲା ପାଇଁ ରଣନୀତି ନେଇ ଆଲୋଚନା ହେବ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍‌ ମୁକାବିଲା ବ୍ୟବସ୍ଥାର ତଦାରଖ ପାଇଁ ମଙ୍ଗଳବାର ସାରା ଦେଶରେ ମକ୍‌ଡ୍ରିଲ ହେବ । ଜିଲ୍ଲା ସ୍ତରରେ ହସ୍ପିଟାଲ ଓ ମେଡିକାଲ କଲେଜରେ ବେଡ୍‌, ଅକ୍ସିଜେନ, ଆଇସିୟୁ, କୋଭିଡ୍‌ କିଟ୍‌, ଔଷଧ, ଭେଣ୍ଟିଲେଟର, ପିପିଇ କିଟ୍‌ ସହ ମାନବ ସମ୍ବଳ ନେଇ ମକ୍‌ଡ୍ରିଲ ହେବ । ଏହି ତଥ୍ୟକୁ କେନ୍ଦ୍ର ସରକାରଙ୍କ କୋଭିଡ୍‌ ପୋର୍ଟାଲରେ ଜିଲ୍ଲା ପ୍ରଶାସନ ଅପ୍‌ଲୋଡ କରିବେ । ଏବେ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜରେ କୋଭିଡ ପାଇଁ ଆଇସସୋଲେସନ୍‌ ବେଡ୍‌ ରଖାଯାଇଛି । ଯଦି କୋଭିଡ ସଂଖ୍ୟା ବଢେ, ପର୍ଯ୍ୟାୟ କ୍ରମେ ବେଡ୍‌ ସଂଖ୍ୟା ବଢାଯିବ ।

Leave A Reply

Your email address will not be published.

error: Content is protected !!