csstore

ସରସ୍ଵତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରସ୍ୱତୀ ଶିଶୁ ମନ୍ଦିର, ମାଣଚିନା ପରିସରରେ ଆଜି ଶିଶୁ ମନ୍ଦିରର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ହରେକୃଷ୍ଣ ତାଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ଉଦ୍‌ଘାଟକ ଧରଣୀଧର ସାହୁ, ଗଙ୍ଗାଧର ମହାପାତ୍ର, ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶେଷଦେବ ମହାରଣା, ପ୍ରବଚକ ଦେବୀ ପ୍ରସାଦ ମହାପାତ୍ର, ସମ୍ମାନିତ ଅତିଥି ବୀର ପୁରୁଷୋତ୍ତମପୁର ସରପଞ୍ଚ ଧୃବ ଚରଣ ପ୍ରଧାନ, ଜେନାପୁର ସରପଞ୍ଚ ବିଶ୍ୱନାଥ ପଟ୍ଟନାୟକ, ସମାଜସେବୀ ପ୍ରଦୀପ ସାହୁ, ସାମ୍ବାଦିକ ରାଜ କିଶୋର ସ୍ୱାଇଁ ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିଳ୍ପୀ ସ୍ୱପ୍ନା ମଞ୍ଜରୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ, ପିପିଲି, ଡେଲାଙ୍ଗ ଓ ସତ୍ୟବାଦୀ ବ୍ଲକରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଶିଶୁ ମନ୍ଦିର ସମ୍ପାଦକ ଜିତେନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଅମ୍ବିକା ନାୟକ, ସୂର୍ଯ୍ୟକାନ୍ତି ମହାରଣା, ବିଜୟଲକ୍ଷ୍ମୀ ବେହେରା, ରୋଜାଲିନ ବରାଳ ଓ ନର୍ମଦା ସାହୁ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.