csstore

ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବଲାଙ୍ଗିର ରୋଟାରୀ କ୍ଲବ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବଲାଙ୍ଗିର ରୋଟାରୀ ଭବନ ପରିଦର୍ଶନରେ ଆସିଥିଲେ । ଏକ ଆୟୋଜିତ ସଭାରେ ରୋଟାରୀ କ୍ଲବର ସଞ୍ଜୟ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନିତ ଅତିଥି ଭାବରେ ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ ସଭାକୁ ସଂଯୋଜନା କରିଥିଲେ ବରିଷ୍ଠ ସଭ୍ୟ ବିଷ୍ଣୁ ପ୍ରସାଦ କେଡିଆ । ଏହି ଅବସରରେ ସହରରେ ଥିବା ଖବର କାଗଜ ବିତରକମାନଙ୍କୁ ଅତିଥିମାନେ କମ୍ବଳ ବଣ୍ଟନ କରିଥିଲେ । ଏହି ସଭାରେ ବରିଷ୍ଠ ସଭ୍ୟ ଗଜେନ୍ଦ୍ର ଭ୍ରମର, ଓମ୍ ପ୍ରକାଶ କାଉଣ୍ଟିଆ, ନକୁଲ ଅଗ୍ରୱାଲ, କହ୍ନେଆ ଅଗ୍ରୱାଲ, ଶୁଶିଲ ଅଗ୍ରୱାଲ, ବଳରାମ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସାଧାରଣ ସମ୍ପାଦକ ମହେଶ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.