ଗ୍ରାମାଂଚଳରେ ରକ୍ତଦାନ ନିମନ୍ତେ ସଚେତନତା ରାଲି

ସୁବଳୟା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅନ୍ତର୍ଗତ ସୁବଳୟା ଗ୍ରାମରେ ରକ୍ତଦାନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା ରାଲି ଆୟୋଜିତ ହୋଇଯାଇଛି । ସୁବଳୟା ଜଗନ୍ନାଥ ମନ୍ଦିର ସେବକ ଜଗନ୍ନାଥ ସେନା ବୃନ୍ଦଙ୍କ ମିଳିତ ସମାରୋହରେ ସୁବଳୟା ଗ୍ରାମରେ ରାଲି ମାଧ୍ୟମରେ ଜନସାଧାରଣଙ୍କୁ ବହୁ ସଂଖ୍ୟାରେ ରକ୍ତଦାନ କରିବାକୁ ଆହ୍ୱାନ କରାଯାଇଛି । ସ୍ଲୋଗାନ ଏବଂ ପ୍ଲାକାର୍ଡ ପ୍ରଦର୍ଶନ କରି ରକ୍ତଦାନର ମହତ୍ୱ ଏବଂ ଉପକାରିତା ବିଷୟରେ ଲୋକମାନଙ୍କୁ ସୁବଳୟାର ମୁଖ୍ୟ ଛକ ଏବଂ ଦୈନିକ ବଜାର ଠାରେ ଯୁବବର୍ଗଙ୍କୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ହେବାକୁ ଥିବା ରକ୍ତଦାନ ଶିବିରକୁ କରିବାକୁ ଆମନ୍ତ୍ରଣ କରାଯାଇଥିଲା । ଏଥିରେ ଜଗନ୍ନାଥ ସେନାର ମୁଖ୍ୟ ପ୍ରମୋଦ ପୋଢ, ସଦସ୍ୟ ସନ୍ତୋଷ ପୁଝାରି, ଚନ୍ଦନ ସାହୁ, କିଶୋର ମେହେର, ନିଳମ୍ବର ପାଣ୍ଢେ, ମଂଟୁ ପାତ୍ର, ନାରାୟଣ ଅଗ୍ରୱାଲ, ପ୍ରମୋଦ ରଣା, ଉପେନ୍ଦ୍ର ମେହେର, ଚଂମ୍ପେଶ୍ୱର ମେହେର, ପ୍ରସନ୍ନ ପୋଢ, ଭରତ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ପିଙ୍କୁ ପୂଜାହାରୀ, ଦିଲ୍ଲୀପ ମେହେର, ନାରାୟଣ ମେହେର, ପିଂଟୁ ପାତ୍ର, ଶ୍ରୀତମ ବାଘ, ପଦ୍ମନାଭ ମେହେର, ରାଜା ବେହେର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଡା. ବିଶ୍ୱନାଥ ରଥ, ସୁବାଷ ଚନ୍ଦ୍ର ପଣ୍ଡା, ଜଗତ ଦରୱାନ, ଯୁଧିଷ୍ଠିର ନାଏକ, ରେଡକ୍ରସ୍‌ କର୍ମୀ ଚନ୍ଦ୍ରମଣି ବାଘ, ଚନ୍ଦ୍ର ଶେଖର ମହାପାତ୍ର, ଉପେନ୍ଦ୍ର ସାହୁ, ରଂଜିତ ପଧାନ, ହୃଷିକେଶ ଚାନ୍ଦ, ଗୋପେଶ ପଣ୍ଡା, ରାମ ନାରାୟଣ ଦାଶ ଏବଂ ଜିଲ୍ଲା ଜୁନିଅର ରେଡକ୍ରସ୍‌ ଅଫିସର ରବିଚନ୍ଦ୍ର ପଶାୟତ ସାମିଲ ହୋଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.