jsm

ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ତରଫରୁ କୁଷ୍ଠାଶ୍ରମରେ କମ୍ବଳ ବଣ୍ଟନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗିର ପକ୍ଷରୁ ଗିରିଗୋବର୍ଦ୍ଧନ ନିକଟସ୍ଥ କୁଷ୍ଠାଶ୍ରମର ସମସ୍ତ ୫୭ ଜଣ ଅନ୍ତେବାସୀମାନଙ୍କୁ ଶୀତ ପ୍ରକୋପର ଉପଷମ ପାଇଁ କମ୍ବଳ ବଣ୍ଟନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଉପସ୍ଥିତ ରହିବା ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଥିଲେ କିନ୍ତୁ ଅନିର୍ବାଯ୍ୟ କାରଣ ହେତୁ ତାଙ୍କ ନିର୍ଦ୍ଦେଶରେ ନବକୃଷ୍ଣ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ମହାସଭାର ସଭାପତି ଧନଞ୍ଜୟ ମିଶ୍ରଙ୍କ ସଂକ୍ଷିପ୍ତ ସ୍ୱାଗତ ଭାଷଣ ତଥା କୋଷାଧ୍ୟକ୍ଷ ପର୍ଶୁରାମ ମିଶ୍ରଙ୍କ ଦ୍ୱାରା ସ୍ୱାଗତ ପୁଷ୍ପଗୁଚ୍ଛ ପ୍ରଦାନ ପରେ ସମ୍ପାଦକ ଜୟରାମ ମିଶ୍ର ଅତିଥି ତଥା ଉପସ୍ଥିତ ସଭ୍ୟମାନଙ୍କର ପରିଚୟ ପ୍ରଦାନ କରିଥିଲେ । ତତ୍‌ ପଶ୍ଚାତ ଶ୍ରୀ ସାହୁ ପ୍ରଥମେ କମ୍ବଳ ବଣ୍ଟନ ଆରମ୍ଭ କରିଥିଲେ । ତାଙ୍କର ଅନୁମତି କ୍ରମେ ମହାସଭାର ଅନ୍ୟାନ୍ୟ ଉପସ୍ଥିତ ସଭ୍ୟ ମଧ୍ୟ କମ୍ବଳ ବଣ୍ଟନରେ ଶ୍ରୀ ସାହୁଙ୍କୁ ସହାୟତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଧନଞ୍ଜୟ ମିଶ୍ର, ସମ୍ପାଦକ ଜୟରାମ ମିଶ୍ର, ଉପଦେଷ୍ଟା ନିଳମଣି ମିଶ୍ର, ସତ୍ୟବନ୍ତ ବେଦବାକ, ଉପସଭାପତି ଗୋପବନ୍ଧୁ ପୁରୋହିତ, ସହସଂପାଦକ ଶୁଭେନ୍ଦ୍ର ନେପାକ, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, କାର୍ଯ୍ୟକାରିଣୀ ସଦସ୍ୟ ଗିରିଧାରୀ ଶତପଥି, ରଘୁନାଥ ମିଶ୍ର, ପୁରୁଷୋତ୍ତମ ପଣ୍ଡା, ଦାମୋଦର ଓତା, ସଦସ୍ୟ ନିଳାଞ୍ଚଳ ହୋତା, ବନମାଳି ନନ୍ଦ, ଅଶୋକ ଚାନ୍ଦ, ଶକ୍ତିବାହିନୀ ମୁଖ୍ୟ କସ୍ତୁରି ରଥ, ସଦସ୍ୟ ନିହାରିକା ମିଶ୍ର ଆଦି ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.