୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବଳଙ୍ଗା : ବଳଙ୍ଗା ଥାନା ଅନ୍ତର୍ଗତ କୁଅଁରପୁରଠାରେ ଥିବା ଗୋଦାମ ଗୃହଠାରେ ବଳଙ୍ଗା ପୋଲିସ ପକ୍ଷରୁ ଚଢାଉ କରାଯାଇ ଜଣେ ବ୍ରାଉନ ସୁଗାର ବ୍ୟବସାୟୀକୁ ଗିରଫ କରିବା ସହ ତା ନିକଟରୁ ୨୦,୩ ଗ୍ରାମର ବ୍ରାଉନ ସୁଗର ଜବତ କରାଯାଇଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । ଗିରଫ ବ୍ୟବସାୟୀ ଜଣକ ଏହି ଥାନା ଅନ୍ତର୍ଗତ ଗଡପଦନପୂର୍ ଗ୍ରାମର ବିପିନ ପରିଡ଼ା ବୋଲି ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.

error: Content is protected !!