csstore

ମାନବାଧିକାର ସୁରକ୍ଷା ସଂଘର ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କୁଞ୍ଜର ଗ୍ରାମର ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ରବିବାର ମାନବାଧିକାର ସୁରକ୍ଷା ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ସମାଜସେବୀ ଅନାମ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ ସଂଘର ସଭାପତି ସୁରେଶ କୁମାର ମନ୍ତ୍ରୀ, ସମ୍ପାଦିକା ସ୍ନେହମୟୀ ରାଉତ, ମହମ୍ମଦ ସାକିର, ଚିତ୍ରସେନ ନିଶଂକ, ଦିଲ୍ଲୀପ କୁମାର ଖଟେଇ, ମଂଜୁଲତା ଭୋଇ, ନରେଶ ଚନ୍ଦ୍ର ନାୟକ, ସୁକାନ୍ତି ଭୋଇ, ବେଣୁଧର ସାହୁ ପ୍ରମୁଖ ଯୋଗ ଦେଇ ମାନବାଧିକାର ସଂଗଠନର ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହା ସମାଜର ଅବହେଳିତ, ନିଃସହାୟ ଓ ଗରିବ ଜନତାଙ୍କୁ ସାହାଯ୍ୟ କରିବ । ପ୍ରତିଟି ସରକାରୀ କାର୍ଯ୍ୟାଳୟରେ ନ୍ୟାୟ ପାଇଁ ପୀଡିତଙ୍କୁ ସାହାଯ୍ୟ କରିବ । ଆଗାମୀ ଦିନରେ ଡେଲାଙ୍ଗ ପିପିଲି ଅଞ୍ଚଳରେ ଘଟିଯାଇଥିବା ଅନ୍ୟାୟ ବିରୁଦ୍ଧରେ ଦୃଢ ଆନ୍ଦୋଳନ ସଂଘ ପକ୍ଷରୁ କରାଯିବ । ଏଥିରେ ୫୦ଜଣ କର୍ମୀ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.