oom

ବିଡିସିସି ବ୍ୟାଙ୍କ କଣ୍ଟାବାଞ୍ଜି ଶାଖାଦ୍ୱାରା ଆର୍ଥିକ ସାକ୍ଷରତା ସଚେତନତା ଶିବିର

jsmm

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ସମବାୟ ସମିତି ଲିଃ ତୁରେକେଲା ଶାଖା ପରିସରରେ ନାବାର୍ଡ ସହାୟତାରେ ଆର୍ଥିକ ସ୍ୱାକ୍ଷରତା ସଚେତନତା ଶିବିର ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହା ନାବାର୍ଡ ସହାୟାତରେ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ କଂଟାବାଂଜି ଶାଖା ଅଧିନରେ ଥିବା ତୁରେକେଲା, ଧାମନଡଙ୍ଗା, ଚଟୁଅନକା, ଘୁନେଶ, ଢୋଲମାନ୍ଦଲ, ମହଖଣ୍ଡ, କୁଇବାହାଲ, ଖଗସା, ମହୁଲପାଟି ସେବା ସମବାୟ ସମିତି ଲିଃ ଅଧିନରେ ଥିବା ଚାଷୀ ଏବଂ ସ୍ୱଂୟ ସହାୟକ ଗୋଷ୍ଠୀ ଗୁଡିକ ନେଇଥିବା ବିଭିନ୍ନ ଋଣ ଯଥା ସମୟରେ କିପରି ପଇଠ କରିବେ । ହିତାଧିକାରୀମାନେ ଏକ ଲକ୍ଷରୁ କମ ପରିମାଣର ନେଇଥିବା ଚାଷ କିମ୍ବା ସ୍ୱାବଲମ୍ବୀ ଋଣରେ କୌଣସି ସୁଧ ପଇଠ କରିବାକୁ ପଡି ନ ଥାଏ ବୋଲି ଉପସ୍ଥିତ ଚାଷୀ ଏବଂ ହିତାଧିକାରୀମାନଙ୍କୁ ସଚେତନତା କରାଯାଇଛି । ଏହି ସଚେତନତା ଶିବିରରେ ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ହରିଶ୍ଚନ୍ଦ୍ର ଦାସ, ଅତିରିକ୍ତ ଋଣ ସଂଗ୍ରହକାରୀ ମହାପ୍ରବନ୍ଧକ ସାମନ୍ତ ସାହୁ, ଏକାଉଣ୍ଟ ମ୍ୟାନେଜର ସୁଧିର କୁମାର ନନ୍ଦ, କଂଟାବାଂଜି ଶାଖା ପରିଚାଳକ ଯୋଗେଶ୍ୱର ମାଝି, ସୁପର ଭାଇଜର ଦକ୍ଷରାଜ ମାଝି, ତୁରେକେଲା ପ୍ୟାକ୍ସ ସଭାପତି କିଶୋର ବେହେରା ମଂଚାସୀନ ଥିବା ବେଳେ ସେକ୍ରେଟାରୀ ନେତ୍ରାନନ୍ଦ ଦାସ, ତପିଚରଣ ନାଗ, ସପ୍ନେଶ୍ୱର ବାରିକ, ସନ୍ତୋଷ ପୁଟା, କିର୍ତିରାମ ମାଝି, ନେତ୍ରାନନ୍ଦ ପୁଟେଲ, ବାଂଛାନିଧି ମାଝି, ପିତବାସ ନାଗ ଉପସ୍ଥିତ ରହି ଚାଷୀମାନଙ୍କଠାରୁ ଋଣ ସଂଗ୍ରହ କରିଥିଲେ । ଏହି ଶିବିରରେ ମୋଟ ଟ. ୧,୪୩,୦୦୦ଙ୍କା ଋଣ ସଂଗ୍ରହ ହୋଇଥିଲା । ପରିଶେଷରେ ସେକ୍ରେଟାରୀ ସନ୍ତୋଷ ପୁଟା ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.