ନବକଳେବର ରୋଡ୍‌ରେ ଭୟାବହ ଅଗ୍ନିକାଣ୍ଡ : କୋଟିଏ ଟଙ୍କାର କାଠ କଷ୍ଟ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସହରର ତାଳବଣିଆ ଥାନା ଅଧୀନ ନବକଳେବର ରୋଡ୍‌ ସ୍ଥିତ ଜଗନ୍ନାଥ ଟିମ୍ବରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ବୁଧବାର ବିଳମ୍ବିତ ରାତିରେ ଏହି କାଠ ଅଡ଼ାରେ ଅଗ୍ନିକାଣ୍ଡ ଘଟି କୋଟିଏ ଟଙ୍କାରୁ ଅଧିକ କାଠ ପୋଡ଼ି ଯାଇଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଛନ୍ତି । ଦୀର୍ଘ ୧ ଘଣ୍ଟା କାଳ ନିଆଁ ଜଳୁଥିଲା । ଏହାକୁ ଆଗ୍ନିକମାନେ ମଧ୍ୟ ଆୟତ୍ତ କରିପାରି ନାହାନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ୪ଟି ଦମକଳ ଲାଗି ବି ନିଆଁ ଲିଭିନଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ ।

Leave A Reply

Your email address will not be published.