ବରଗଡ଼ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରିବେ କିଷନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ବଳରାମ ଭୂମିକାର ଅଭିନୟ କରିବେ କିଷନ ର୍ବିତ୍ତିଆ । ଗୋପପୁର ସାଜୁଥିବା ଅମ୍ବାପାଲି ଗ୍ରାମରେ ବୈଠକ ପରେ କିଷନଙ୍କ ନାମ ଘୋଷଣା କରାଯାଇଛି । ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ପୂର୍ବରୁ ବାଳ କଳାକାର ଶ୍ରେୟସ ପୂଜାରୀଙ୍କୁ ମନୋନୀତ କରାଯାଇଥିଲା ।

ହେଲେ ୯ ତାରିଖରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ଏଣୁ ଧନୁଯାତ୍ରାରେ ତାଙ୍କ ସ୍ଥାନରେ ଅଭିନୟ ପାଇଁ ନୂତନ କଳାକାର ଖୋଜାଯାଇଥିଲା । ସୋମବାର ସନ୍ଧ୍ୟାରେ ଅମ୍ବାପାଲି ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅମ୍ବାପାଲି ଗ୍ରାମବାସୀ, ଗୋପପୁର କମିଟିର ସମସ୍ତ ସଦସ୍ୟ, ଧନୁଯାତ୍ରା କମିଟିର ସଦସ୍ୟ ଅଂଶଗ୍ରହଣ କରିଥିଲେ । ସର୍ବସମ୍ମତି କ୍ରମେ ଅମ୍ବାପାଲି ଗ୍ରାମର ଶିଶୁ କଳାକାର କିଷନ ର୍ବିତ୍ତିଆଙ୍କୁ ଚୟନ କରାଯାଇଥିଲା । ମଙ୍ଗଳବାର ସେ ଆଖଡ଼ା ଶାଳରେ ଅଭ୍ୟାସ ଆରମ୍ଭ କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.