jayashree

ବେଲଗାଁ ମଣ୍ଡିରେ କଟନି ଛଟନି ନେଇ ଅଭିଯୋଗ କଲେ ଚାଷୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପେନଣ୍ଡରାବନ୍ଦ ପେସ୍କର ବେଲଗାଁ ଧାନ ମଣ୍ଡୀରେ ୪ରୁ୫ କେଜି ଧାନ କଟନି ଛଟନି ହେଉଥିବା ଅଭିଯୋଗ ହେଉଛି । ଚାଷୀ ତୁଣ୍ଡର ଝାଳ ମୁଣ୍ଡରେ ମାରି କଷ୍ଟ କରି ଧାନ ଅମଳ କରୁଛି କିନ୍ତୁ ବିକ୍ରି ସମୟରେ ମିଲର୍ସ ମାଲିକ ମାନେ ଚାଷୀଙ୍କ ଠାରୁ ୪ରୁ ୫ କେଜି ଧାନ କଟନି ଛଟନୀ କରୁଥିବାରୁ ଚାଷୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆଉ ଗୋଟେ ପଟେ ଜିଲ୍ଲାରେ ଦେଖିବାକୁ ଗଲେ ଦଲାଲ ମାନେ ଚାଷୀଙ୍କ ନାମରେ ଟୋକନ ବନାଇ ମାଲା ମାଲ ହେଉଥିବା ଆଲୋଚନା ହେଉଛି । ଚାଷୀ କେମିତି ଭଲ ଭାବରେ ଧାନ ବିକ୍ରି କରି ପାରିବେ ସେ ବିଷୟରେ ସରକାର ଚିନ୍ତା କରି ଅନେକ ସୁବିଧା କରୁଛନ୍ତି କିନ୍ତୁ ତାହା ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ନୁହେଁ ବୋଲି ଆଲୋଚନା ହେଉଛି । ଚାଷୀଙ୍କ ପାଇଁ ଅଖା ବସ୍ତାର ମୂଲ୍ୟ କି ଅଖା ବସ୍ତାର ବ୍ୟବସ୍ଥା ମଧ୍ୟ କରୁନାହାନ୍ତି ବୋଲି ଅଭିଯୋଗ ହେଉଛି । ଚାଷୀ ନିଜର ଅଖା ବସ୍ତାରେ ଧାନ ଆଣି ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ମତ ପ୍ରକାଶ ପାଇଛି । ମିଲ ମାଲିକ ଓ ପେକ୍ସ କର୍ମଚାରୀ ମଧୁଚନ୍ଦ୍ରିକାରେ ତାଙ୍କର କଟନି ଛଟନି ବେପାର ଚଳାଇଛନ୍ତି ବୋଲି ଆଲୋଚନା ହେଉଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ତ ଚାଷୀଙ୍କ ପାଇଁ କଟନି ଛଟନି ବନ୍ଦ କରିବା ପାଇଁ ପ୍ରଶାସନଙ୍କୁ ଚାଷୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.