ସ୍କୁଲ୍ସ ଓପନ ଚେସ୍‌ : ଶୁକ ମୁର୍ମୁ ଚାମ୍ପିୟନ

ଭୁବନେଶ୍ୱର, (କେପିଏନ୍‌ଏଓ୍‌) : ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏସନ ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ସମର ବିଜୟ ମହାନ୍ତି ମେମୋରିଆଲ ସ୍କୁଲ୍ସ ଓପନ ଚେସ୍‌ରେ କଟକ ସାଇ ଇଣ୍ଟିଗ୍ରେଟେଡ୍‌ ପବ୍ଲିକ୍‌ ସ୍କୁଲ୍‌ର ଶୁକ ମୁର୍ମୁ ଚାମ୍ପିୟନ ହୋଇଛନ୍ତି । ସେ ୬ ରାଉଣ୍ଡବିଶିଷ୍ଟ ଟୁର୍ଣ୍ଣାମେଣ୍ଟରେ ପୂରା ୬ ପଏଣ୍ଟ ପାଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ପ୍ରତ୍ୟାଂଶୁ ନାୟକ, ତ୍ରିଦେବ ତୀର୍ଥଙ୍କର, ନମସ୍ୟ ନଳିନୀ, ସାଇ ଅଂଶୁମାନ ସିଂ, ଆୟୁଷ ପରିଡ଼ା, ସଂକଳ୍ପ ଶ୍ରୀକୁମାର ସିଂ, ଅଂଶୁମାନ ପତି, ସାର୍ଥକ ମହାନ୍ତି, ଦୀପ୍ତିରଞ୍ଜନ ସାହୁ ଟପ୍‌-୧୦ ଫିନିଶ୍‌ କରିଛନ୍ତି ।

ଏହା ବ୍ୟତୀତ ୭, ୯, ୧୧, ୧୩ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗରେ ଶ୍ରେଷ୍ଠ ୨ ଜଣ ଲେଖାଏଁ ଖେଳାଳିଙ୍କୁ ଏଜ୍‌ ଗୃପ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା । ୬ ଖେଳାଳି ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ । ଅନନ୍ୟା ମିଶ୍ର (୪ ବର୍ଷ, ୪ ମାସ) ଥିଲେ ଟୁର୍ଣ୍ଣାମେଣ୍ଟର ସର୍ବକନିଷ୍ଠ ଖେଳାଳି । ରାଜ୍ୟ ଗୋଇନ୍ଦା ବିଭାଗ ଇନ୍‌ସ୍ପେକ୍ଟର ପ୍ରିୟଦର୍ଶିନୀ ନାୟକ ଏବଂ ସହକାରୀ ଯନ୍ତ୍ରୀ (ରୁରାଲ ୱର୍କ୍ସ) ରୂପାମ୍ବିକା ନାୟକ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଆୟୋଜକ ଆସୋସିଏସନ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ସାଇ ବୀଣାପାଣି ଜ୍ଞାନମନ୍ଦିରର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାପାତ୍ର, ଶିକ୍ଷୟିତ୍ରୀ ସୁଚେତା ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.