jsm

ରାଷ୍ଟ୍ରୀୟ ସଦ୍‌ଭାବନା ମଞ୍ଚ ପକ୍ଷରୁ କାରାଗାର ପ୍ରତିଷ୍ଠା ଦିବସ ପାଳିତ

csstore

କୋଣାର୍କ : ଶନିବାର ରାଷ୍ଟ୍ରୀୟ ସଦଭାବନା ମଞ୍ଚ ପକ୍ଷରୁ ପୁରୀ-କୋଣାର୍କ ବେଳାମାର୍ଗ ନିକଟରେ ଅବସ୍ଥିତ ଜିଲ୍ଲା କାରାଗାର ପରିସରରେ କାରାଗାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନ୍ତେବାସୀମାନଙ୍କ ନିମନ୍ତେ କଳିଙ୍ଗ କଳା ନିକେତନ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ହାସ୍ୟ ଅଭିନେତା ସନ୍ତୁ ଏବଂ ପୂର୍ଣ୍ଣଚନ୍ଦ୍ର ଅନ୍ତେବାସୀମାନଙ୍କ ମନୋରଞ୍ଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କାରାଗାରର ସୁପରିଣ୍ଟେଣ୍ଡାଣ୍ଟ ଉର୍ମିଳା ମିଞ୍ଜ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜେଲର ଅକ୍ଷୟ କୁମାର ଜେନା, କାରାମଙ୍ଗଳ ଅଧିକାରୀ ମାନସ ରଞ୍ଜନ ପୁଷ୍ପାଳକ, ମନୋଜ ସୁତାର, ଶରତଚନ୍ଦ୍ର ରଥ, କାର୍ତ୍ତିକେଶ୍ୱର ପାଲ, କିଶୋରଚନ୍ଦ୍ର ସାହୁ, ରାଷ୍ଟ୍ରୀୟ ସଦଭାବନା ମଞ୍ଚର ଆବାହକ ସଂଜୟ ପ୍ରଧାନ, ଯୁଗ୍ମ ଆବାହକ ସୁବ୍ରତ ଦାସ, ସଂଗଠନ ସଂପାଦକ ମନୋଜ ରଥ, ଉପାଧ୍ୟକ୍ଷା ରିତାରାଣୀ ସେଠ୍, ପ୍ରଦିପ୍ତଭାନୁ ଘଟୁଆରୀ, ଉତ୍ତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ୱାର୍ଡର ରାମମୋହନ ଡାଙ୍ଗା ସଂଯୋଜନା କରିଥିଲେ ।

yuvodaya
Leave A Reply

Your email address will not be published.