ଆଜିଠୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶୁକ୍ରବାରଠୁ ଆରମ୍ଭ ହୋଇଛି ମାଟ୍ରିକ୍‌ ସମ୍ମେଟିଭ-୧ ପରୀକ୍ଷା ଖାତା ଦେଖା । ସକାଳ ୯ଟାରୁ ଖାତା ଦେଖା ଆରମ୍ଭ ହୋଇଥିବା ବେଳେ ୫ଟା ଯାଏଁ ଚାଲିବ । ୧୨୪୦ ଶିକ୍ଷକ ଖାତା ମୂଲ୍ୟାୟନ ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି । ମୋଟ୍‌ ୫୬ଟି କେନ୍ଦ୍ରରେ ଖାତା ଦେଖାଯାଉଛି । ତେବେ ୧୦ ଦିନ ମଧ୍ୟରେ ଖାତା ଦେଖା ସାରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି । ଚଳିତ ବର୍ଷ ସମ୍ମେଟିଭ -୧ ପରୀକ୍ଷା ନଭେମ୍ବର ୨୩ରୁ ୩୦ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।

Leave A Reply

Your email address will not be published.