jayashree

ହାତୀ ଆକ୍ରମଣରେ ଚାଷୀ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ରେଞ୍ଜ ଖଇରଗୁଡାରେ ଜଣେ ଚାଷୀଙ୍କୁ ହାତୀ ଦଳି ମାରି ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଖଇଗୁଡାର ୫୮ ବର୍ଷୀୟ ମାଛୁ ମାହାନନ୍ଦ ନିଜ ବିଲରେ ଧାନ ଜଗିଥିବା ବେଳେ ହାତୀ ପଲ ଆସିଥିଲେ । ଚାଷୀ ମାଛୁ ହାତୀ ସାମ୍ନାକୁ ଆସି ଆଉ କୁଆଡେ ଯାଇ ନପାରିବାରୁ ହାତୀ ପଲ ଦଳି ଦେଇ ମାରି ଦେଇଛନ୍ତି । ଖବର ପାଇ ତୁଷୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗକୁ ଖବର ଦେଇଛି । ଏଠାରେ ଦୀର୍ଘ ଦିନରୁ ୧୪ ଟିକିଆ ହାତୀପଲ ରହିଛନ୍ତି । ଏବେ ଚାଷ ଜମି ଗୁଡ଼ିକରେ ଧାନ ହୋଇଥବାରୁ ଧାନ ଖାଇବା ପାଇଁ ହାତୀ ପଲ ଚାଷ ଜମି ମୁହାଁ ହୋଇଛନ୍ତି । ଯାହାକୁ ନେଇ ଚାଷୀଙ୍କ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.