oom

ବିଶ୍ଵ ଏଡ୍‌ସ ଦିବସ ପାଳନ ଅବସରରେ ‘ସମାନତା ଓ ଏଡ୍‌ସ ସଚେତନତା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଅଂଚଳର ଅଗ୍ରଣୀ ଉଚ୍ଚ ଶିକ୍ଷାନୁଷ୍ଠାନ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟର ରେଡ ରିବନ କ୍ଲବ ଓ ରେଡକ୍ରସ ୟୁନିଟ ଆନୁକୂଲ୍ୟରେ ଓ ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସମାଜ(ଏନ୍‌ଏସିଓ) ଓ ଓଡିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମାଜ(ଓଏସ୍‌ଏସିଏସ୍‌) ସହାୟତାରେ ଆଜି ବିଶ୍ୱ ଏଡ୍‌ସ ଦିବସ ପାଳନ ଅବସରରେ ଆଲୋଚନା ଶୀର୍ଷକ ‘ସମାନତା ଓ ଏଡ୍‌ସ ସଚେତନତା’ ଉପରେ ବିଶେଷ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଐତିହ କକ୍ଷରେ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ରାଜନୀତି ବିଭାଗର ବିଭାଗୀୟ ମୁଖ୍ୟ ଯୁଧିଷ୍ଠିର ଘଟୁଆରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧକାରୀ ଦିଲ୍ଲୀପ ଷଡଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଏଡ୍‌ସ ଜନିତ ସଚେତନତା ଓ ଯତ୍ନ ବିଷୟରେ ସବିଶେଷ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ରତିକାନ୍ତ ସାହୁ, ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଲକ୍ଷ୍ମୀଧର ପାଇକରାୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ମହାବିଦ୍ୟାଳୟ ରେଡକ୍ରସ ୟୁନିଟ ଓ ରେଡ ରିବନ କ୍ଲବର ସଂଯୋଜକ ଅଧ୍ୟାପକ ତ୍ରିନାଥ ପରିଡା କାର୍ଯ୍ୟକ୍ରମ ପରିଚାଳନା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଏଡ୍‌ସ ଓ ଏହାର ନିରାକରଣଜନିତ ଉପାୟ ଗୁଡିକ ବିଷୟରେ ମୁଖ୍ୟ ଅତିଥି ଶ୍ରୀ ଷଡଙ୍ଗୀ ସବିଶେଷ ଆଲୋଚନା କରିଥିଲେ । ପରିଶେଷରେ ଏଡ୍‌ସ ସଚେତନତା ସଂକ୍ରାନ୍ତିୟ ଚିତ୍ରାଙ୍କନ ପ୍ରତିଯୋଗିତା ଓ ରଚନା ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ନିମନ୍ତ୍ରିତ ଅତିଥିମାନେ ସିଲ୍ ଓ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ । ଚିତ୍ରାଙ୍କନରେ ୧୫ ଜଣ ପ୍ରତିଯୋଗିମାନଙ୍କ ମଧ୍ୟରୁ ମହାବିଦ୍ୟାଳୟର ଛାତ୍ରୀ ପ୍ରିୟଦର୍ଶିନୀ ଗୁରୁ ଓ ଶଶୀଭୂଷଣ ରାଉତ ଯୁଗ୍ମ ପ୍ରଥମ ସ୍ଥାନ, ଜୟଶ୍ରୀ ପ୍ରଧାନ ଓ ଶିବାନୀ ଭୋଇ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସ୍ୱର୍ଣ୍ଣଲତା ସାହୁ ତୃତୀୟ ସ୍ଥାନ ଅଧିକାର କାରିଥିଲେ । ସେହିପରି ରଚନା ଲିଖନରେ ୧୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଦିପ୍ତିମୟୀ ପରିଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶୁଭଲକ୍ଷ୍ମୀ ବାହୀନିପତୀ ଦ୍ୱିତୀୟ ଓ କୈବଲ୍ୟ ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ । ମହାବିଦ୍ୟାଳୟର ୫ ଜଣ ଛାତ୍ରୀ ସୋନାଲିନ, ଶୁଭଲକ୍ଷ୍ମୀ, ସୋନାଲି, ମଧୁସ୍ମିତା ଓ କସ୍ତୁରୀ ଆତ୍ମରକ୍ଷା କୌଶଳ ତାଲିମଦାତା ପର୍ଯ୍ୟାୟ ସଫଳତାର ସହିତ ସମାପ୍ତ କରିଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ରେଡକ୍ରସ ସ୍ୱଚ୍ଛାସେବୀ କୈବଲ୍ୟ ଦାସ, ହେମନ୍ତ ବେହେରା, ପ୍ରକାଶ ବେହେରା, ଅମୀୟ ପ୍ରଧାନ ଓ ଆକାଶ ପ୍ରଧାନ ଅଂଳା ନବମୀ ଜାତୀୟ ସେବା ଶିବିର ସାକ୍ଷୀଗୋପାଳ ଠାରେ ଯୋଗଦାନ କରି ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ ହୋଇଥିଲେ ।

jittmm
Leave A Reply

Your email address will not be published.