pakka

‘ଜଗଦାନନ୍ଦଙ୍କ କଳା ଜଗତକୁ ଅବଦାନ’ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ, ବଲାଙ୍ଗିର ଠାରେ ବରିଷ୍ଠ କଳାକାର, ସୁସାହିତ୍ୟିକ, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ୮୦ତମ ଜନ୍ମଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଗଦାନନ୍ଦଙ୍କ କଳା ଜଗତକୁ ଅବଦାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂଗୀତ ନିର୍ଦ୍ଦେଶକ ଗୁରୁ ମୁରଲି ପତି, ସମାଜସେବୀ ପ୍ରଭାକର ମିଶ୍ର, ଅବସର ଶିକ୍ଷକ ମୋହନ ଝାଙ୍କର ମଂଚାସୀନ ହୋଇଥିବା ବେଳେ ସଭାକୁ ସଭାପତିତ୍ୱ କରିଥିଲେ ଅର୍ଜୁନ କୁମାର ସାହୁ । ଏଥିରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ଝାଙ୍କର, ପ୍ରେସ କ୍ଲବ ସଭାପତି ଅରୁଣ କୁମାର ମିଶ୍ର ଯୋଗଦେଇ ଶ୍ରୀ ଛୁରିଆଙ୍କ କଳା ଜୀବନ ଉପରେ ଆଲୋକପାତ କରାଇଥିଲେ । ମାହେଶ୍ୱରୀ ସଂଗଠନ ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆ, ପଂଚମ ଅନୁଷ୍ଠାନ, ଜୟ ଶଙ୍କର ପଟ୍ଟନାୟକ, ରାଜିବ ଷଡଙ୍ଗୀ, ଶୁଭମ ଅଗ୍ରୱାଲ, ଖରତମଲ ରାଉତ, ନିରୋଜ ମିଶ୍ର, ଶମ୍ଭୁ ଶତପଥି, ଘାସିରାମ ଦୀପ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଶାନ୍ତ ମହାକୁରଙ୍କ ଆବାହକତ୍ୱରେ ଧନ୍ୟବାଦ ଅର୍ପଣ କରିଥିଲେ ଜୟକୃଷ୍ଣ ମିଶ୍ର ।

Leave A Reply

Your email address will not be published.

six + eleven =