csstore

ଯୁଧିଷ୍ଠିର ମିଶ୍ର ସ୍ମାରକୀ କପ୍‌ର ଦ୍ଵିତୀୟ ଦିନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର ସ୍ମାରକୀ ଅନ୍ତଃ ବିଭାଗ କ୍ରିକେଟ କପ୍‌ର ଆଜି ଦ୍ଵିତୀୟ ଦିନ ଥିଲା । ଆଜି ବିଶ୍ୱବିଦ୍ୟାଳୟର ବି.ଇ.ଡି ବିଭାଗ ବନାମ ଓଡ଼ିଆ ବିଭାଗ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ୍‌ରେ ଓଡ଼ିଆ ବିଭାଗ ଦଳ ବି.ଇ.ଡି ବିଭାଗକୁ ହରାଇ ବିଜୟ ଲାଭ କରିଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଓଡିଶା ରଣଜୀ ଦଳର ଖେଳାଳି ସୂର୍ଯ୍ୟ ମିଶ୍ର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ଶିଶିର କାନ୍ତ ଶତପଥୀ ଯୋଗଦାନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଆୟୋଜକ କମିଟି ତରଫରୁ ଅଙ୍କିତ ସାହୁ, ଅଜିତ ମହାନନ୍ଦ, ଶୁଭେନ୍ଦୁ ସାହୁ, ଅଞ୍ଚଳ ପଣ୍ଡା, ସରୋଜ ସାହୁ, କ୍ଷୀତିଚନ୍ଦ୍ର ମନହୀରା, ଚିନ୍ମୟ ବେହେରା, ନୀତିଶ ପଧାନ, ସୌମ୍ୟଜିତ ପଟ୍ଟନାୟକ, ଆଶିଷ ମହାରଣା, ରୋଶନ ପଣ୍ଡା, ଦେବାଶିଷ ସାହୁ, କାଂହୁ ଚରଣ ବୋହିଦାର, ଦିନେଶ ସାହୁ, ନିଗମ କଲତା, ଓମ ରାଉତ, ନାରାୟଣ ସାହୁ, ଗୁଡଲୁ ସାହୁ, ବିକ୍ରମ ପ୍ରଧାନ, ମହମଦ ମୁର୍ତ୍ତୃଜା ଖାନ, ଚନ୍ଦନ ସାହୁ, ଉଦିତ ସାହୁ, ସଙ୍ଗମ ଚାନ୍ଦ, ଶିବୁ ପଧାନ, ଅଷ୍ୟୁମାନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.