oom

ବ୍ରହ୍ମପୁର ଏସ୍‌ଡ଼ିଜେଏମ୍‌ଙ୍କୁ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଲୋକକୁ କାବୁ କଲେ ଉପସ୍ଥିତ ଆଇନଜୀବୀ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର କୋର୍ଟର ବିଚାରାଧୀନ ପରିସରରେ ବିଚାରଣାର ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଜଣେ ଯୁବକ ଉନ୍ମତ୍ତ କାଣ୍ଡ କରି ଗିରଫ ହୋଇଥିବା ଜଣାପଡିଛି । ଶୁଣାଣି ଚାଲିଥିବା ବେଳେ ସୋମବାର ଏସ୍‌ଡ଼ିଜେଏମ୍‌ ପ୍ରଜ୍ଞା ପରମିତା ପତିହାରୀଙ୍କୁ ଛୁରୀ ଦେଖାଇ ଆକ୍ରମଣ ଉଦ୍ୟମ କରୁଥିବା ବେଳେ ଉପସ୍ଥିତ ଆଇନଜୀବୀମାନଙ୍କ ଦ୍ୱାରା ଯୁବକ ଜଣଙ୍କୁ ଦମନକରି କାବୁ କରିଥିବା ଖବର ମିଳିଛି । ଯୁବକ ଜଣକ ଏସ୍‌ଡ଼ିଜେଏମ୍ କୋର୍ଟ ଡାଏସ ଉପରକୁ ଚଢି ହତ୍ୟା ଉଦ୍ୟମ ପାଇଁ ଚେଷ୍ଟା କରୁଥିଲେ । ଅଭିଯୁକ୍ତ ଦୁଷ୍ଟ ଯୁବକଙ୍କୁ କାବୁ କରି ତୁରନ୍ତ ଥାନାକୁ ଖବର ଦିଆଯାଇ ପୋଲିସରେ ଜିମା ଦିଆଯାଇଛି । ବୈଦ୍ୟନାଥପୁର ଥାନାରେ ପ୍ରଥମେ ଅଭିଯୁକ୍ତକୁ ଅଟକ ରଖାଯାଇଥିଲା ଏବଂ ପରେ ତାକୁ କୋର୍ଟ ଚାଲାଣ କରି ଅଭିଯୁକ୍ତକୁ ବଡ଼ ଅପରାଧୀ କେଡରରେ ଗିରଫ କରାଯାଇଥିବା ଜଣାପଡିଛି । ବର୍ତ୍ତମାନ ଏସଡ଼ିଜେଏମ୍ କୋର୍ଟରେ ଜିଲ୍ଲା ଜଜ୍‌ଙ୍କ ସମେତ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼.ସର୍ବଣା ବିବେକ ଏମ୍. ଉପସ୍ଥିତ ରହି ଘଟଣା ବିଷୟରେ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.