csstore

ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ସାମ୍ବାଦିକ ଭବନ ବଲାଙ୍ଗିର ଠାରେ ବିପିନ ବିହାରୀ ବାରିକଙ୍କ ଆବାହକତ୍ୱରେ ପାଳିତ ହୋଇଯାଇଛିି । ଏଥିରେ ତରଣୀସେନ ଦୀପ ସଭାପତିତ୍ୱ କରି ସଂରକ୍ଷଣ ନୀତି, ମୌଳିକ ଅଧିକାର ଏବଂ ସମ୍ବିଧାନ ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରିବା ଉପରେ ଆଲୋକପାତ କରିଥିଲେ ଏବଂ ସମ୍ମାନିତ ଅତିଥି ଆଲୋଚକ ଭାବେ ଅଶୋକ କୁମାର ବାରିକ, କବି କାନ୍ତିଲାଲ ମୁଗ୍ରୀ, ସାମାଜିକ ନେତା ସତ୍ୟାନନ୍ଦ ସୁନା, ନବସେତୁ ସଂପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ବରିଷ୍ଠ କଳାକାର ଦିଲିପ କୁମାର ଦୀପ ଯୋଗ ଦେଇ ସମ୍ବିଧାନ ଉପରେ ମତ ଉପସ୍ଥାପନ କରିଥିଲେ । ସାଂସ୍କୃତିକ ଗବେଷକ ନିଳାଞ୍ଚଳ ନନ୍ଦ ଉଦ୍ଦେଶ୍ୟ ଜ୍ଞାପନ, ମଙ୍ଗଳୁ ତାଣ୍ଡି ସଭା ସଂଯୋଜନା କରିଥିବା ବେଳେ କରୁଣା ବାଗ ଧନ୍ୟବାଦ ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.