ବ୍ରହ୍ମପୁର ଗୁରୁକୂଳ ଇଣ୍ଟରନ୍ୟାସନଲ ସ୍କୁଲ କମ୍ କଲେଜରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଓ ଶାରୀରିକ ନିର୍ଯାତନା ଅଭିଯୋଗ

  • ରାଜ୍ୟପାଳଙ୍କୁ ଭେଟିବ ବୋଲି ବିଜେପି ପ୍ରତିନିଧିଦଳଙ୍କ ଚେତାବନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଗୁରୁକୂଳ ଇଣ୍ଟରନ୍ୟାସନଲ ସ୍କୁଲ କମ୍ କଲେଜରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଓ ଶାରୀରିକ ନିର୍ଯାତନା ଅଭିଯୋଗ ହୋଇଛି । ଗୁରୁକୂଳ ଇଣ୍ଟରନ୍ୟାସନଲ ସ୍କୁଲ ଓ କଲେଜର ଏକାଦଶ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଙ୍କ ଦ୍ୱାରା ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ଶାରୀରିକ, ମାନସିକ ଭଳି ଯୌନ ନିର୍ଯାତନା ଦିଆଯାଇଛି । ଏନେଇ ଅଭିଭାବକ ମହଲରେ ଅସନ୍ତୋଷର ପ୍ରକାଶ ପାଉଛି । ସବୁ ଦିଗରେ ସିସି କ୍ୟାମେରା ଲାଗିଛି ନା’ନାହିଁ, ସେଗୁଡ଼ିକ ଚାଲୁଛି ନା’ ନାହିଁ, ଏ ସବୁ ଜାଣି କେମିତି ସ୍କୁଲ ମୁଖପାତ୍ର କଣ୍ଟ୍ରୋଲ କରୁଛନ୍ତି । ଉଚ୍ଚ ଅଙ୍କରେ ସ୍କୁଲ ଓ ହଷ୍ଟେଲ ଫିସ ନେଇ ମଧ୍ୟ ସ୍କୁଲ କର୍ମଚାରୀ, ପରିଚାଳନା କମିଟି, ସ୍କୁଲ କର୍ତ୍ତୃପକ୍ଷ କେମିତି ଏ ସବୁର ଅବହେଳା କରୁଛନ୍ତି । ସ୍କୁଲ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ନେଇ ବିଭିନ୍ନ ମହଲରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋଷାଣୀନୂଆଗାଁ ଥାନାରେ କେସ୍ ଦର୍ଜ ହୋଇଛି । ପୀଡିତ ଛାତ୍ରଙ୍କ ମା’ଙ୍କୁ ବିଭିନ୍ନ ପ୍ରକାର ଧମକ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବ୍ରହ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି, ପୂର୍ବତନ ଡୁରା ସରପଞ୍ଚ ମମତାମୟୀ ରଣା, ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଯୁବ ନେତା ଶିବ ଶଙ୍କର ନାୟକ, କେ.ଟୁଙ୍ଗୁରୁ ପାତ୍ର, କର୍ପୋରେଟର୍ ବନିତା ସାହୁ, ବର୍ଷା ବିଦ୍ୟୁସ୍ମିତା, ଟୁଟୁନ୍ ପାତ୍ର, ପି.ରାଜେନ୍ଦ୍ର କୁମାର ପ୍ରମୁଖ ବିଜେପି ନେତୃବୃନ୍ଦ ଆଜି ଗୋଷାଣୀନୂଆଗାଁ ଥାନା ଆଇଆଇସିଙ୍କୁ ସାକ୍ଷାତ କରି ଏହି କେସ୍ ଉପରେ ଆଲୋଚନା କରିଥିଲେ । ତଦନ୍ତ ଚାଲୁ ରହିଛି, ଡାକ୍ତର ରିପୋର୍ଟ ଆସିବାର ଅଛି । ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୋଷାଣୀନୂଆଗାଁ ଆଇଆଇସି କହିଛନ୍ତି । ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ରାଗିଂ କେସ୍ ଭଳି ଏହି କେସ୍‌ରେ ମଧ୍ୟ ବ୍ରହ୍ମପୁର ଏସ୍.ପି ତତ୍ପରତା ଦେଖାଇଛନ୍ତି । ଦୋଷୀଙ୍କ ଉପରେ ଦୢଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି ଅଭିଯୋଗର ସହ କହିଛନ୍ତି । ନଚେତ ଏହି କେସ୍ ନେଇ ବିଜେପି ରାଜ୍ୟପାଳଙ୍କୁ ଭେଟିବ ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.