ତେଲିଗୋଠପଡାରେ ଡ୍ରେନ ପାଲଟିଛି ମରଣଯନ୍ତା : ସାଧାରଣରେ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତେଲିଗୋଠପଡାସ୍ଥିତ ମୁଖ୍ୟ ରାସ୍ତାରେ ଗୋଟିଏ ବର୍ଷ ହେଲା ଡ୍ରେନ ମୁକୁଳା ହୋଇ ପଡିରହିଛି ଯଦ୍ୱାରା ପ୍ରତ୍ୟହ ଦୁର୍ଘଟଣା ସବୁ ଘଟୁଥିବା ନେଇ ଉକ୍ତ ପଡାବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଡ୍ରେନ ସମସ୍ୟାର ସମାଧାନ ପାଇଁ ପଡାବାସୀ ମ୍ୟୁନିସିପାଲିଟି ଅଫିସରେ ବହୁବାର ଦରଖାସ୍ତ ମାଧ୍ୟମରେ ଜଣାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଉନାହିଁ । ଏଣୁ ପଡାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ଛକରେ ପ୍ରତ୍ୟହ ସ୍କୁଲ ଛାତ୍ରଛାତ୍ରୀ ମାନେ ସ୍କୁଲବସ୍‌କୁ ଅପେକ୍ଷା କରନ୍ତି ଓ ଏହି ସମୟରେ ଦୁର୍ଘଟଣାର ସମ୍ଭାବନା ଅଛି । ଏଣୁ ଏହି ଡ୍ରେନକୁ କଂକ୍ରିଟ ସ୍ଲାପ୍‌ ମାଧ୍ୟମରେ ଘୋଡେଇ ଉପଯୁକ୍ତ ମରାମତି କରିବାକୁ ପଡାବାସୀ ମ୍ୟୁନିସିପାଲିଟିକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.