ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଗଜପତି ମହାରାଜା

  • ନାଟ ମଣ୍ଡପରେ ହୋଇଥିଲା ଫାଟ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଗଜପତି ମହାରାଜା । ଶ୍ରୀଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପରେ ୪ଟି ବିମ୍‌ରୁ ଗୋଟିଏ ବିମ୍ ଓ ୩ଟି କଲମରେ ଫାଟ ସୃଷ୍ଟି ହୋଇଥିବା ବେଳେ ତାହାକୁ ୨ ମାସ ମଧ୍ୟରେ ସାରିବା ପାଇଁ ନିଷ୍ପତ୍ତି ହୋଇଥିଲା । କାର୍ଯ୍ୟକୁ କିଭଳି ତ୍ୱରାନ୍ୱିତ କରାଯିବ ତାହାର ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଭାପତି ଗଜପତି ମହାରାଜା । ଏହି ଅବସରରେ ଗଜପତିଙ୍କ ସହ ଶ୍ରୀମନ୍ଦିର ବୈଷୟିକ ଅଧିକାରୀ, ଉନ୍ନୟନ ପ୍ରଶାସକ ଆଦି ଉପସ୍ଥିତ ରହିଛନ୍ତି ।

Leave A Reply

Your email address will not be published.

error: Content is protected !!