csstore

ସିପିଆଇ (ଏମଏଲ)ର ମଣ୍ଡଳସ୍ତରୀୟ ସାଙ୍ଗଠନିକ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ବିଜୟ ମଣ୍ଡପ ଠାରେ ସିପିଆଇ(ଏମଏଲ)ର ଡେଲାଙ୍ଗ ବ୍ଲକସ୍ତରୀୟ ସାଙ୍ଗଠନିକ ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଲଢୁଆ ନେତା କିଷାନ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ମୃତ୍ୟୁଞ୍ଜୟ ବଡ଼ଜେନା, ରାଜ୍ୟ ସମ୍ପାଦକ ତଥା ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ପ୍ରଧାନ, ନବକିଶୋର ପରିଡା, ସତ୍ୟମନୂ ପ୍ରଧାନ, ସର୍ବେଶ୍ଵର ଭାରତୀ, ତ୍ରିଲୋଚନ ବେହେରା, ସବିତା ପ୍ରଧାନ, ପ୍ରତିମା କାଣ୍ଡି, ଅମିତା ବେହେରା, ବାସନ୍ତୀ କାଣ୍ଡି ପ୍ରମୁଖ ଯୋଗଦେଇ କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାରଙ୍କ ଅପାରଗ, ଜନ ବିରୋଧୀ ନୀତି, ଚାଷୀ ମାରଣା, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ଭ୍ରଷ୍ଟାଚାର ଶାସନ ବିରୋଧରେ ତୀବ୍ର ସମାଲୋଚନା କରିଥିଲେ । ଏଥିସହିତ ବ୍ଲକ ସ୍ତରରେ ଦଳକୁ ମଜଭୁତ ଓ ସାଙ୍ଗଠନିକ ପରିଚାଳନା ପାଇଁ ଏକ ୧୭ ଜଣିଆ କମିଟି ଗଠନ କରାଯାଇଥିଲା । ଏଥିରେ ବରିଷ୍ଠ ନେତା କିଷାନ ପଟ୍ଟନାୟକଙ୍କୁ ସର୍ବ ସମ୍ମତିକ୍ରମେ କମିଟିର ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା । ୨୦୦ରୁ ଊର୍ଦ୍ଧ୍ବ କର୍ମୀ, ସମର୍ଥକ ସାମିଲ ହୋଇଥିଲେ । ଶେଷରେ ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.