ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ରେଡକ୍ରସ୍‌ ୟୁନିଟ୍ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଂଚଳର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ ସ୍ୱେଚ୍ଛାସେବୀ ମାନଙ୍କ ସହିତ ବୃକ୍ଷ ରୋପଣ କରିବା ସହିତ ବିଶ୍ୱତାପାୟନ ବିଷୟରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୟୁନିଟ୍ ସ୍ୱେଚ୍ଛାସେବୀ ଅମୀୟ, ଆକାଶ, ରାଧାମୋହନ, ଶୁଭଲକ୍ଷ୍ମୀ, ସୋନାଲିନ୍, ବୈଜୟନ୍ତୀ, ସୋନାଲି ଓ ମହାବିଦ୍ୟାଳୟର କର୍ମଚାରୀ ସମ୍ରାଟ କିଶୋର ଗିରି, ରମାକାନ୍ତ ପ୍ରଧାନ, ରେଡକ୍ରସ୍ ସ୍ୱେଚ୍ଛାସେବୀ ଅମୀୟ ପ୍ରଧାନ, ଆକାଶ ପ୍ରଧାନ, ରାଧାମୋହନ ଦାସ, ଶୁଭଲକ୍ଷ୍ମୀ ବାହିନିପତୀ, ସୋନାଲିନ ଆଚାର୍ଯ୍ୟ, ବୈଜୟନ୍ତୀ ପ୍ରଧାନ ଓ ସୋନାଲି ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରି ପୂର୍ବପରି ଏହାର ଯତ୍ନ ନେବା ନିମିତ୍ତ ସଂକଳ୍ପ କରିଥିଲେ ।

Leave A Reply

Your email address will not be published.

error: Content is protected !!