ବିଶିଷ୍ଟ ଶିକ୍ଷାବିତ ମାଷ୍ଟର କୋଚିଙ୍ଗ ସେଣ୍ଟରର ମୁଖ୍ୟ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିୟୋଗରେ କେଣ୍ଡେଲ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶିଷ୍ଟ ଶିକ୍ଷାବିତ ମାଷ୍ଟର କୋଚିଙ୍ଗ ସେଣ୍ଟରର ମୁଖ୍ୟ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଗତ ୧୮ ତାରିଖରେ ଆକାଳ ବିୟୋଗ ଘଟିଛି । ତାଙ୍କ ବିୟୋଗରେ ଛତ୍ରପୁର ସହରରେ ଜଣେ ଦକ୍ଷ ଟିଉସନ ଶିକ୍ଷକଙ୍କୁ ହରାଇଥିବା ନେଇ ବିଭିନ୍ନ ମହଲରେ ଶୋକବ୍ୟକ୍ତ କରାଯାଇଛି । ଏନେଇ ଏହି ଅଞ୍ଚଳରେ ସମସ୍ତ କୋଚିଙ୍ଗ ସେଣ୍ଟର ସ୍ତବ୍ଧ ହୋଇଯାଇଛି । ସୋମବାର ସନ୍ଧ୍ୟାରେ ତାଙ୍କ ସ୍ମୃତିକୁ ଶ୍ରଦ୍ଧାଞ୍ଜଳି ଦେଇ ଛତ୍ରପୁର ସହରର ସମସ୍ତ କୋଚିଙ୍ଗ ସେଣ୍ଟର ସଂଘ ପକ୍ଷରୁ ଏକ ମିଳିତ କେଣ୍ଡେଲ ଶୋଭାଯାତ୍ରା ସହର ପରିକ୍ରମା କରି ସ୍ୱର୍ଗତ ଶ୍ରୀ ପାଣିଗ୍ରାହୀଙ୍କ ଆତ୍ମାର ସଦଗତି କାମନା କରାଯାଇଛି । ମିଳିତ କେଣ୍ଡେଲ ଶୋଭାଯାତ୍ରାରେ ଶହସ୍ରାଧିକ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ସହର ପରିକ୍ରମା କରିଥିଲେ ।

Leave A Reply

Your email address will not be published.

error: Content is protected !!