୨୨ ନଭେମ୍ବରରେ ରୋଜଗାର ମେଳା ଜରିଆରେ ପ୍ରାୟ ୭୧,୦୦୦ ନବନିଯୁକ୍ତମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

• କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ; ସମସ୍ତ ନବନିଯୁକ୍ତଙ୍କ ପାଇଁ ଏହା ଏକ ଅନଲାଇନ୍ ଓରିଏଣ୍ଟେସନ ପାଠ୍ୟକ୍ରମ

ନୂଆଦିଲ୍ଲୀ, (ପିଆଇବି) : ରୋଜଗାର ମେଳା ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ନଭେମ୍ବର ଦିନ ସକାଳ ୧୦:୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରାୟ ୭୧,୦୦୦ ନବ ନିଯୁକ୍ତମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତଙ୍କୁ ସମ୍ବୋଧିତ ମଧ୍ୟ କରିବେ ।
ରୋଜଗାର ସୃଷ୍ଟି ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପ । ରୋଜଗାର ମେଳା ପରବର୍ତ୍ତି ନିଯୁକ୍ତି ସୃଷ୍ଟିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ସିଧାସଳଖ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ଅକ୍ଟୋବରରେ, ରୋଜଗାର ମେଳା ଅଧୀନରେ ୭୫,୦୦୦ ନୂତନ ନିଯୁକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା ।
ନୂତନ ନିଯୁକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ରର ଭୌତିକ କପି ଦେଶର ୪୫ଟି ସ୍ଥାନରେ (ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବ୍ୟତୀତ) ହସ୍ତାନ୍ତର କରାଯିବ । ଏହାପୂର୍ବରୁ ପୂର୍ଣ୍ଣ ହୋଇଥିବା ବର୍ଗ ବ୍ୟତୀତ ଶିକ୍ଷକ, ଅଧ୍ୟାପକ, ନର୍ସ, ନର୍ସିଂ ଅଫିସର, ଡାକ୍ତର, ଫାର୍ମାସିଷ୍ଟ, ରେଡିଓଗ୍ରାଫର ଏବଂ ଅନ୍ୟାନ୍ୟ ବୈଷୟିକ ଏବଂ ପାରାମେଡିକାଲ୍ ପୋଷ୍ଟଗୁଡିକ ମଧ୍ୟ ପୂରଣ କରାଯାଉଛି । ବିଭିନ୍ନ ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସ (ସିଏପିଏଫ୍‌) ରେ ଗୃହ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ବହୁ ସଂଖ୍ୟକ ପଦବୀ ପୂରଣ କରାଯାଉଛି ।
ପ୍ରଧାନମନ୍ତ୍ରୀ କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ୍ ମଧ୍ୟ ଶୁଭାରମ୍ଭ କରିବେ । ବିଭିନ୍ନ ସରକାରୀ ବିଭାଗର ସମସ୍ତ ନବନିଯୁକ୍ତଙ୍କ ପାଇଁ ମଡ୍ୟୁଲ୍ ହେଉଛି ଏକ ଅନଲାଇନ୍ ଓରିଏଣ୍ଟେସନ୍ ପାଠ୍ୟକ୍ରମ । ଏଥିରେ ସରକାରୀ କର୍ମଚାରୀଙ୍କ ପାଇଁ ଆଚରଣ ସଂହିତା, କର୍ମକ୍ଷେତ୍ରର ନୈତିକତା ଏବଂ ଅଖଣ୍ଡତା, ମାନବ ସମ୍ବଳ ନୀତି ଏବଂ ଅନ୍ୟାନ୍ୟ ସୁବିଧା ଏବଂ ଭତ୍ତା ଅନ୍ତର୍ଭୂକ୍ତ ହେବ ଯାହା ସେମାନଙ୍କୁ କାର୍ୟ୍ୟକ୍ଷେତ୍ରରେ ସହାୟତା ପ୍ରଦାନ କରିବ ଏବଂ ନୂତନ ଭୂମିକାକୁ ସୁଗମ କରିବାରେ ସାହାଯ୍ୟ କରିବ । ସେମାନେ ସେମାନଙ୍କର ଜ୍ଞାନ, କୌଶଳ ଏବଂ ଦକ୍ଷତା ବୃଦ୍ଧି ପାଇଁ ସଶକ୍ଟଗ୍ଧଳବକ୍ସଜ୍ଞବଚ୍ଚକ୍ଟଶସ.ଶକ୍ଟଙ୍ଖ.ସଦ୍ଭ ପ୍ଲାଟଫର୍ମରେ ଅନ୍ୟାନ୍ୟ ପାଠ୍ୟକ୍ରମ ଅନୁସନ୍ଧାନ କରିବାର ସୁଯୋଗ ପାଇବେ ।

Leave A Reply

Your email address will not be published.

error: Content is protected !!