ଧାମରା ସଂଘ ତରଫରୁ ‘ବର୍ଷାର ନୀଳ ନୂପୁର’ କବିତା ପୁସ୍ତକ ଉନ୍ମୋଚନ ଓ ଶୀତ କବିତା ଆସର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଧାମରା ସଂଘ ପକ୍ଷରୁ କବିତା ପୁସ୍ତକ ‘ବର୍ଷାର ନୀଳ ନୂପୁର’ର ଉନ୍ମୋଚନ ଓ ଶୀତ ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ୱାମୀ, ସମ୍ମାନିତ ଅତିଥି ଭାବେ ଆକାଶବାଣୀ, ରାଉରକେଲାର ମୁଖ୍ୟ କାର୍ଯ୍ୟାଧ୍ୟକ୍ଷ ଜୟଦେବ ଭୁଏ, ସ୍ୱତନ୍ତ୍ର ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ରାଜୀବ ପାଣି, ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରା, ସାଧାରଣ ସମ୍ପାଦକ ଭଗବାନ ରାଉତ, ଆବାହକ ସୁଶାନ୍ତ କୁମାର ନାୟକ, ଆବାହିକା ନିରୁପମା ପତି, ସଂଯୋଜକ ରଞ୍ଜନ କୁମାର ମହାନ୍ତି ଯୋଗଦାନ କରିଥିଲେ । ଏହି ଅବସରରେ ସୁଶାନ୍ତ କୁମାର ନାୟକଙ୍କ ରଚିତ ‘ଉତ୍ତମ ସ୍ୱାସ୍ଥ୍ୟର ସୂତ୍ର’କୁ ମଧ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ସାହିତ୍ୟ ସମାଜର ଉପବନକୁ କିପରି ସୁରଭିତ କରିଥାଏ ସେ ସଂପର୍କରେ ଆଲୋଚନା କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଶୀତ, ବିଭୋର ପଣର ଗୀତ ଉପରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଦ୍ଵିତୀୟ ପର୍ଯ୍ୟାୟ ଶୀତ କବିତା ଆସରରେ ଡ. ଉମାକାନ୍ତ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ କବି ଅଶୋକ ରାଉତ, ମୋନାଲିସା ମିଶ୍ର ଓ ରଞ୍ଜନ କୁମାର ମହାନ୍ତିଙ୍କ ସଂଯୋଜନାରେ ସହରର ୬୦ରୁ ଉର୍ଦ୍ଧ୍ବ କବିମାନେ ନିଜ ନିଜର ସ୍ୱରଚିତ କବିତାମାନ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗାଳ୍ପିକା, କବି, ବୁଦ୍ଧିଜୀବୀ, ସାହିତ୍ୟିକ, ସଂଗଠକ ଉପସ୍ଥିତ ଥିଲେ । ପ୍ରଥମେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଗୁରୁ ଜ୍ୟୋତି ମୟ ଆଚାର୍ଯ୍ୟ, ଗୀତାରାଣୀ ବେହେରା, ଭାଓଲିନରେ ସହାୟତା ପ୍ରଦାନ କରିଥିଲେ ବିକ୍ରମ ମୁର୍ମୁ, ତବଲା ବାଦକ ଥିଲେ ଚିନ୍ମୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ର ରୁଦ୍ଧିକିଶୋର ଦାସ । ଆବାହିକା ନିରୁପମା ପତି ପ୍ରାରମ୍ଭିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ସୁଶାନ୍ତ କୁମାର ନାୟକ ଓ ଦ୍ୱିତୀୟ ପର୍ଯ୍ୟାୟରେ ଶମ୍ବୁନାଥ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!