jsm

ମ.ରାମପୁର ବ୍ଲକ ସ୍ୱଚ୍ଛାଗ୍ରାହୀ ସଂଘ ଗଠିତ

csstore

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଜଳ ଓ ପରିମଳ ବିଭାଗର ସ୍ୱଚ୍ଛାଗ୍ରାହୀମାନଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମ.ରାମପୁର ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ସମସ୍ତ ସ୍ୱଚ୍ଛାଗ୍ରାହୀମାନଙ୍କ ଉପସ୍ଥିତିରେ ମ.ରାମପୁର ବ୍ଲକର ସ୍ୱଚ୍ଛାଗ୍ରାହୀ ସଂଘ ଗଠନ କରାଯାଇଥିଲା । ଉକ୍ତ ବୈଠକରେ ଉପସ୍ଥିତ ଥିବା ସମସ୍ତ ସ୍ୱଚ୍ଛାଗ୍ରାହୀମାନଙ୍କ ମତାମତକୁ ଆଧାର କରି ସୂର୍ଯ୍ୟମଣି ନାଗଙ୍କୁ ସଭାପତି ଓ ଉପେନ୍ଦ୍ର ରଣାଙ୍କୁ ସମ୍ପାଦକ, ଲିଙ୍ଗରାଜ ନାଗଙ୍କୁ ସଂଘର କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ରାଜକିଶୋର ଭୋଇ, ବୈଦ୍ୟନାଥ ସାହୁ, ରୋହିତ କୁମାର, ଅରୁଣ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି ସଂଘକୁ ସୁଦୃଢ କରିବା ପାଇଁ ଦୃଢ଼ ପ୍ରତିଜ୍ଞା ନିଆ ଯାଇଥିଲା ତଥା ଆଗାମୀ ଦିନରେ ସଂଘର ବିଭିନ୍ନ ଦାବୀ ଉପରେ ଆଲୋଚନା କରାଯାଇ ଦାବୀପତ୍ର ବିଭାଗୀୟ କର୍ମକର୍ତ୍ତାମାନଙ୍କୁ ପ୍ରଦାନ କରିବାପାଇଁ ମଧ୍ୟ ସଂଘରେ ଆଲୋଚନା କରାଯାଇଥିଲା ।

yuvodaya
Leave A Reply

Your email address will not be published.