ୟୁଥ ମାସ ସେବା ସଂଘ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ ମାସ ସେବା ସଂଘ ଓ ବ୍ରହ୍ମପୁର ଏଲ.ଭି. ପ୍ରସାଦ ଚକ୍ଷୁ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଚଣ୍ଡୀଛକ ସ୍ଥିତ ରାମାୟାଣାମ୍ମା ମନ୍ଦିର ସୌଭାଗ୍ୟ କଲ୍ୟାଣ ମଣ୍ଡପ ପରିସରରେ ସଂଘର ସମ୍ପାଦକ ସୟଦ ମୁକ୍ତାରଙ୍କ ତତ୍ତ୍ୱାବଧାନରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀମତୀ ଲୀନା କୁମାରୀ ଖେସ୍ ଉଦ୍‌ଘାଟକ ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ୟୁଥ ମାସ ସେବା ସଂଘ ଆଜକୁ ୧୧ ବର୍ଷ ଧରି ଏଭଳି ସମାଜସେବା କାର୍ଯ୍ୟ ଜାରି ରଖିଥିବାରୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା, ୯ନଂ ୱାର୍ଡ କାଉନସିଲର ପ୍ରିତୀଛନ୍ଦା ସାମଲ, ୧୨ ନମ୍ବର ୱାର୍ଡ କାଉନ୍ସିଲର ପ୍ରତିନିଧି ଗୋପାଳ ରାଓ, ୟୁଥ ମାସ ସେବା ସଂଘର ଅଧ୍ୟକ୍ଷ ଡ. ବନମାଳୀ ନେପାକ, ଉପାଧ୍ୟକ୍ଷ କେ.ରମେଶ, ଉପଦେଷ୍ଟା ରାଜେଶ କୁମାର ସାହୁ, ଯୁଗ୍ମ ସମ୍ପାଦକ ତ୍ରିଲୋଚନ ବେହେରାଙ୍କ ସମେତ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ଏଲ.ଭି. ପ୍ରସାଦ ଚକ୍ଷୁ ଅନୁଷ୍ଠାନର ଚକ୍ଷୁ ବିଶେଷଜ୍ଞ ଡାକ୍ତର ପରବୀନ ରାଣୀ, ଡାକ୍ତରୀ ସହାୟକ ସନ୍ତୋଷ ବେହେରା, ସମସ୍ତ ଡାକ୍ତରୀ ସହାୟକ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ଛତ୍ରପୁର ସହରର ଆଖପାଖ ଅଞ୍ଚଳରୁ ଆସିଥିବା ସର୍ବମୋଟ ୧୦୧ ଜଣଙ୍କୁ ଚିକିତ୍ସା, ପରାମର୍ଶ ସହ ଔଷଧ ବିତରଣ କରାଯାଇଥିବା ବେଳେ ଆଶୁ-ଅସ୍ତ୍ରୋପଚାର ନିମନ୍ତେ ୩୨ଜଣ ଚକ୍ଷୁ ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ବ୍ରହ୍ମପୁରସ୍ଥ ଏଲ.ଭି. ପ୍ରସାଦ ଚକ୍ଷୁ ଅନୁଷ୍ଠାନକୁ ସ୍ଥାନାନ୍ତର ପତ୍ର ଦିଆଯାଇଛି । ପ୍ରାରମ୍ଭରେ ସଂଘ ପକ୍ଷରୁ ସମସ୍ତ ଅତିଥି ଏବଂ ଛତ୍ରପୁର ସହରର ବହୁ ବଦାନ୍ୟ ବ୍ୟକ୍ତିମାନଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା ।

Leave A Reply

Your email address will not be published.