jsm

ଚୁମନର ପାଠପଢା ପାଇଁ ଅର୍ଥ ପ୍ରଦାନ କଲେ ନରସିଂହ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚୁମନ ନିଜେ ପାଠ ପଢିବା ପାଇଁ ଦରକାର ହେଉଥିବା ଅର୍ଥ ରାଶି ଖବର କାଗଜ ବଣ୍ଟନ କରି ଆୟ କରୁଥିଲେ । ଗତ କିଛି ଦିନ ହେବ ଏହି ଖବରଟି ପ୍ରତ୍ୟେକ ଖବର କାଗଜରେ ପ୍ରକାଶିତ ହେବା ଦ୍ୱାରା ସମାଜର ସବୁ ବର୍ଗର ଲୋକେ ଏହାକୁ ଏକ ସମ୍ବେଦନଶୀଳ ପ୍ରସଂଗ ଭାବେ ଗ୍ରହଣ କରିଥିଲେ । ସମସ୍ତେ ଚୁମନର ଦାୟିତ୍ୱବୋଧତାକୁ ଭୂୟସି ପ୍ରଶଂସା କରିଥିଲେ । ଏହି କ୍ରମରେ ଗତକାଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଚୁମନର ଘରକୁ ଯାଇ ଚୁମନର ପାଠପଢା ତଥା ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ତାଙ୍କ ମାଆ ସହ ଆଲୋଚନା କରି ତାକୁ ପ୍ରତ୍ୟେକ ମାସ ହଜାରେ ଟଙ୍କା ଲେଖାଏଁ ଅର୍ଥରାଶି ଚେକ୍‌ ମାଧ୍ୟମରେ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ସେ ଏହା ମଧ୍ୟ କହିଥିଲେ ଯେ, ଚୁମନ ଉଚ୍ଚ ଶିକ୍ଷା ହେଉ କି ବୈଷୟିକ ଶିକ୍ଷା ହେଉ ଯଦି ପଢିବ ତେବେ ସେ ପର୍ଯ୍ୟନ୍ତ ଯେତେ ଅର୍ଥ ଦରକାର ହେବ ସେ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସେହି କ୍ରମରେ ଆଜି ଦିନ ଘ.୧୧ଟା ସମୟରେ ବିଧାୟକ ଶ୍ରୀ ମିଶ୍ର ଚୁମନ ପାଇଁ ୧୨ ମାସର ୧୨ ହଜାର ଟଙ୍କାର ଚେକ୍‌ ପଠାଇ ଦେଇଛନ୍ତି । ଏହି ଚେକ୍‌ ଦ୍ୱାରା ପ୍ରଦାନ କରାଯାଇଥିବା ଅର୍ଥରାଶି ସ୍ଥାନୀୟ କାଉନସିଲର ରଜନୀ ବନଛୋରଙ୍କ ହାତରେ ଚୁମନ ଏବଂ ତାଙ୍କ ମାଆଙ୍କୁ ପ୍ରଦାନ କରାଯାଇଥିଲା ଏବଂ ତା ସହ ଅତିଶୀଘ୍ର ତାଙ୍କ ଘର ମରାମତି ନିର୍ମାଣର କାମ କରାଯିବ ବୋଲି କୁହାଯାଇଛି । ଆଜିର ଏହି ଚେକ୍‌ ପ୍ରଦାନ ସମୟରେ ନଗର ସଭାପତି ବୁଲୁ ଦାନୀ, ବଜରଂଗ ବନଛୋର, ବିଦୁ ରଂଜନ ନାଗ, ରୂପେଶ ନାଗ, ସଂଜୀବ ନାଗ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.