csstore

ତହଁକ୍ କୁଟୁମ୍‌ର ଭାବର୍ ଭେଟ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ତହଁକ୍ ସାହିତ୍ୟ କୁଟୁମ୍‌ର ଭାବର ତିହାର ୨୦୨୨ ସ୍ଥାନୀୟ ପଞ୍ଚବଟୀ ଉଦ୍ୟାନ, ବଲାଙ୍ଗିରଠାରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜସେବୀ, ସଂସ୍କୃତି ପ୍ରେମୀ, ସଙ୍ଗଠକ ଅରୁଣ ମିଶ୍ର ଯୋଗ ଦେଇଥିବା ବେଳେ ବକ୍ତା ଭାବେ କୋଶଳୀ ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ ଯୋଗଦେଇ କହିଥିଲେ ଯେ, ବର୍ତ୍ତମାନ ହଜି ଯାଉଥିବା ଆମ କୋଶଳ ଅଞ୍ଚଳର ଅଳଙ୍କାର ତାର ସୁରକ୍ଷା କରିବା ସାଙ୍ଗେ ବ୍ୟବହାର କଲେ ଏ ଅଞ୍ଚଳର ପୁରାତନ ସାମଗ୍ରୀର ପ୍ରଚାର ପ୍ରସାର ହୋଇପାରିବ । ବରିଷ୍ଠ ସାମ୍ବାଦିକ ତଥା ‘କୋଶଳ ପ୍ରବାହ’ର ସଂପାଦକ ଆନନ୍ଦ ଚନ୍ଦ୍ର ସାହୁ, ବରିଷ୍ଠ ସାମ୍ବାଦିକ ଅରୁଣ ମିଶ୍ର, ସାମ୍ବାଦିକ ମୁକେଶ ବହିଦାର, ବିଭୁକଲ୍ୟାଣ ଗଡତ୍ୟା, ପ୍ରଶାନ୍ତ ମହାକୁଡ, ପ୍ରଦୀପ୍ତ ମିଶ୍ର, କବି ନିରଞ୍ଜନ ପଣ୍ଡା ଅତିଥି ଭାବେ ଯୋଗଦେଇ ନିଜ ମତ ପ୍ରଦାନ କରିଥିଲେ । ଏହି ଅବସରରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସାମ୍ବାଦିକ ରାଜୀବ ଷଡ଼ଙ୍ଗୀ ଓ ବିରେନ୍ଦ୍ର ଝାଙ୍କରଙ୍କୁ ତହଁକ୍ ସାମ୍ବାଦିକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଂପାଦକ ରାଜେଶ୍ ଦଣ୍ଡସେନା ସ୍ଵାଗତ ଭାଷଣ ଦେଇଥିବା ବେଳେ ଅର୍ଜୁନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦ୍ୱିତୀୟ ଅଧିବେଶନ କବି ଦିଲ୍ଲୀପ ମିଶ୍ର ଏବଂ ଦେବେନ୍ଦ୍ର ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ବହୁ କବି ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉମେଶ ବିଶ୍ଵାଳ, କୁମରମଣି ସାହୁ, ଦେବେନ୍ଦ୍ର ନାଏକ, ସୌକିଲାଲ୍ ସାହୁ, ଶାନ୍ତନୁ ପଣ୍ଡା ସହଯୋଗ କରିଥିବା ବେଳେ ଶେଷରେ କବି ଶ୍ରୀୟାକାନ୍ତ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.