ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ : ତଦନ୍ତ ଆରମ୍ଭ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ ଏହାର ତଦନ୍ତ ଆରମ୍ଭ ହୋଇଛି । ଫଟୋ ସହିତ ଦର୍ଶନ ପାଇଁ ଯାଉଥିବା ବେଳର ଭିଡିଓ ନିଜ ଫେସବୁକରେ ଅପଲୋଡ କରିଛନ୍ତି ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତି । ଏହି ପୋଷ୍ଟରେ ବଙ୍ଗଳା ଭାଷାରେ ବ୍ୟବହାର କରାଯାଇଥିବା ଯୋଗୁଁ ଆକାଶ ପଶ୍ଚିମବଙ୍ଗ ନିବାସୀ ହୋଇ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଏହି ଭିଡ଼ିଓ ଗୁପ୍ତ କ୍ୟାମେରା କିମ୍ବା ମୋବାଇଲରେ ଭିଡିଓ ସୁଟିଂ କରାଯାଇଥିବା କୁହାଯାଉଛି । ଗର୍ଭଗୃହ ମଧ୍ୟରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଅପଲୋଡ ହେବା ପ୍ରଥମ ଘଟଣା ବୋଲି ଆଲୋଚନା ହେଉଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.