jsm

ବଲାଙ୍ଗିରର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବୀପତ୍ର ପ୍ରଦାନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (ନୂତନ ପେନସନ ଯୋଜନା ଭୁକ୍ତ) ଭୁବନେଶ୍ୱର ଡାକରାରେ ପୁଇଁନ୍ତଲା ବ୍ଲକ ତରଫରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବୀପତ୍ର ପୁଇଁନ୍ତଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ କୁମ୍ଭାରଙ୍କୁ ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ ରାଜ୍ୟର ପ୍ରାଥମିକ ଶିକ୍ଷକଙ୍କୁ ସମସ୍ତ ଠିକା କର୍ମଚାରୀଙ୍କ ଭଳି ୬ ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ଇନ୍‌କ୍ରିମେଣ୍ଟ ଦେଇ ଗଣନା, ସମସ୍ତଙ୍କୁ ପୁରୁଣା ପେନସନ ପ୍ରଦାନ ତଥା କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ବଲାଙ୍ଗିର ବ୍ଲକର ଶିକ୍ଷକ ଓପିଟିଏ ସଭାପତି ଜ୍ଞାନ ରଂଜନ ବେହେରା, ସଂପାଦକ ବସନ୍ତ କୁମାର ବୁଡେକ, ଜିଲ୍ଲା ସଂପାଦକ କ୍ୱାଇସ ରସୁଲ ଖାନ, ପୂର୍ବତନ ସଂପାଦକ ଭରତ ମହାକୁର, ପ୍ରଜ୍ଞା ପରମିତା ବହିଦାର, ଏୟୁପିଟିଏଫ୍‌ ସଂପାଦକ ହରେକୃଷ୍ଣ ରଥ, କ୍ଷେତ୍ରମଣି ଦେଇ, ରୀନା ସୁନ୍ଦରୀ ଜାଲ, ଅନୁପମା ପ୍ରହରାଜ, ଅନିଲ ମିଶ୍ର, ମୁକେଶ ବାରିକ, ଗୋପାଳ ଚୌଧୁରୀ ତଥା ବହୁ ଶିକ୍ଷକ ଯୋଗଦାନ କରିଥିଲେ ।

yuvodaya
Leave A Reply

Your email address will not be published.