oom

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବୀ ନେଇ ଆଜି ବଲାଙ୍ଗିରରେ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଛି । ଆଜି ବଲାଙ୍ଗିରର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଛି । ଆକ୍ସନ କମିଟି ସଭାପତି ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ସକାଳ ୬ରୁ ଡାକଘର ସମ୍ମୁଖରେ ପିକେଟିଂ କରିଥିଲେ ।

ଏହାପରେ ଜିଲ୍ଲାପାଳ ଅଫିସ, ଡିଆର୍‌ଡିଏ, ଡିଏଫ୍‌ଓ ଅଫିସ, ସିଭିଲ କୋର୍ଟ ସମ୍ମୁଖରେ ପିକେଟିଂ କରିଥିଲେ । ପରେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ଜିଲ୍ଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ, ନାଗରିକ କମିଟି ସମ୍ପାଦକ ମନୋରଞ୍ଜନ ସାହୁ, ବରିଷ୍ଠ ଆଡ୍‌ଭୋକେଟ୍‌ ଭବାନୀ ଶଙ୍କର ଶତପଥୀ, ରତନ ମହାରଣା, ନୀଳମଣି ମିଶ୍ର, ସରୋଜ ପାଣିଗ୍ରାହୀ, ଅଶୋକ ରାଉତ, ରାଜେନ୍ଦ୍ର ମିଶ୍ର, ବିକ୍ରମାନନ୍ଦ ବହିଦାର, ପୁଲିନ ମିଶ୍ର, ବିଭୂଦତ୍ତ ମିଶ୍ର, ଡ ବିପିନ କୁଶଲିଆଙ୍କ ସମେତ ବିଭିନ୍ନ ସାମାଜିକ, ସାଂସ୍କୃତିକ, ସ୍ୱେଚ୍ଛାସେବୀ ସଙ୍ଗଠନ ପ୍ରତିନିଧି ଯୋଗଦାନ କରି ସରକାରଙ୍କ କାଳବିଳମ୍ବ ନୀତିକୁ ତୀବ୍ର ସମାଲୋଚନା କରିଥିଲେ ।

jittmm
Leave A Reply

Your email address will not be published.