oom

ଜନଜାତୀୟ ଗୌରବ ଦିବସରେ ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକ ଉତ୍ସବ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜନଜାତୀୟ ଗୌରବ ଦିବସରେ ମହାନ ସ୍ଵତନ୍ତ୍ରତା ସେନାନୀ, ଜନନାୟକ କ୍ରାନ୍ତିକାରୀ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକ ଉତ୍ସବ ଜନ ଶିକ୍ଷଣ ସଂସ୍ଥାନ, ପୁରୀର ନିଦ୍ଦେର୍ଶକ ଜି ବି ଗଜେନ୍ଦ୍ରଙ୍କ ତତ୍ଵାବଧାନରେ ମଙ୍ଗଳବାର ଆଞ୍ଚଳିକ ଦକ୍ଷତା ବିକାଶ କେନ୍ଦ୍ର, ଡେଲାଙ୍ଗ ଷ୍ଟେସନ ବଜାର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସୁରେଶ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଶିକ୍ଷାବିତ ବଳଭଦ୍ର ବରେଇ, ମୁଖ୍ୟବକ୍ତା ଭାବେ ରେଂଚ ଗ୍ରାମ ପଞ୍ଚାୟତ ସରପଞ୍ଚ ହରିହର ସ୍ୱାଇଁ, ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ ପଦ୍ମ ଚରଣ ସେଠି, ଗାନ୍ଧୀ ତତ୍ଵ ପ୍ରଚାରକ ଅନାମ ମଲ୍ଲିକ, ଆଞ୍ଚଳିକ ଦକ୍ଷତା ବିକାଶ କେନ୍ଦ୍ରର ନିଦ୍ଦେର୍ଶକ ରୋଜାଲିନି ସ୍ୱାଇଁ, ଚେୟାରମ୍ୟାନ ପୁର୍ନେନ୍ଦୁ ପ୍ରଧାନ, ଲିପ୍ଶା ଏଜୁକେସନ ଟ୍ରଷ୍ଟର ସଭାପତି ପ୍ରିୟବ୍ରତ ପ୍ରଧାନ ପ୍ରମୁଖ ଯୋଗଦେଇ ମହାନ ରାଷ୍ଟ୍ରନାୟକ ବିର୍ସା ମୁଣ୍ଡାଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଛାତ୍ରୀମାନଙ୍କ ମଧ୍ୟରେ ବିର୍ସା ମୁଣ୍ଡାଙ୍କ ଉପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଥିରେ ପ୍ରଥମ ସ୍ଥାନ କାଜଲ ମହାପାତ୍ର, ୨ୟ ସ୍ଥାନ ଶୁଭଲକ୍ଷ୍ମୀ ସେନାପତି, ୩ୟ ସ୍ଥାନରେ ମୋନାଲିସା ରାଉତ କୃତିତ୍ଵ ଲାଭ କରିଥିଲେ । ସେମାନଙ୍କୁ ପ୍ରଶଂସା ପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜନ ଶିକ୍ଷଣ ସଂସ୍ଥାନର ସତ୍ୟଜିତ ପ୍ରଧାନ, ରୂପଜ କୁମାର ସ୍ୱାଇଁ, ଶ୍ରୀଧର କୁମାର ଦାଶ, ଛାତ୍ରୀ ନିହାରୀକା ଜେନା, ଅନୁସୟା ବାରିକ, ପ୍ରତିଭା ମହାରଣା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.