pr

ବଢୁଛି ପ୍ରଦୀପ ପୁରୋହିତଙ୍କ ଲୋକ ପ୍ରିୟତା : ବିଜେପିରେ ସାମିଲ ହେଉଛନ୍ତି ବିଜେଡି ଓ କଂଗ୍ରେସର ନେତା

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ଅବସରରେ ପ୍ରଦୀପ ପୁରୋହିତଙ୍କ ପତିଆରା ଧୀରେ ଧୀରେ ବୃଦ୍ଧି ପାଇବାକୁ ଲାଗୁଛି । ତାଙ୍କର କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ଝାରବନ୍ଧ ବ୍ଲକ ଚଣ୍ଡୀଭଟା ଗ୍ରାମ ପଞ୍ଚାୟତ ଜାମପାଲି ଗ୍ରାମର ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ବାରି ଏବଂ ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦରଲିଗୁଡ଼ା ଗ୍ରାମର ବିଜୁ ଜନତା ଦଳର ନେତା ପଞ୍ଚମ ଜେନା ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବରେ ସାମିଲ ହୋଇଥିଲେ । ଆଜି ଝାରବନ୍ଧ ବ୍ଲକର ତୁର୍ଲା, ଶାଖାଡୁଙ୍ଗୁରି, ଲେରଗାଁ, ଅଡାପାଣି, ନୂଆଡ଼ିହି ଆଦି ଗ୍ରାମରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଲୋକ ମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ହୋଇଥିବା ପରିଲକ୍ଷିତ ହେଉଛି । ଲୋକେ ଚଳିତ ଉପନିର୍ବାଚନରେ ବହୁ ବ୍ୟବଧାନରେ ବିଜୟୀ ହେବେ ବୋଲି ଲୋକେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ସଭା ମାନଙ୍କରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଲୋକଙ୍କୁ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମନ୍ତ ଶେଖର ମୁନା, ବିହାରୀ କଲେତ, ହରେକୃଷ୍ଣ ପଟେଲ, କ୍ଷୀରସାଗର ସାହୁ, ପିତାମ୍ବର ସାହୁ, ମାନଭଞ୍ଜନ ମିର୍ଦ୍ଧା, ବିଦ୍ୟାଧର ସାହୁ, ଚିନ୍ତାମଣି ବନଛୋର, କଂଗ୍ରେସ ବନଛୋରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.