ବାଇକରୁ ଖସିପଡି ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ରାକ୍‌ସୀମୁଣ୍ଡା ଠାରେ ବାଇକରୁ ଖସିପଡି ଜଣେ ମହିଳା ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କେଉଁଟିପାଲିର ଉପେନ୍ଦ୍ର କୁମ୍ଭାର ଓ ତାଙ୍କ ସ୍ତ୍ରୀ ମାଳତୀ କୁମ୍ଭାର ତାଙ୍କ ଗ୍ରାମ କେଉଁଟିପାଲି ଠାରୁ ପିପିର୍ଡା ଗ୍ରାମକୁ ଆଜି ଭୋର ସକାଳୁ ଯିବା ସମୟରେ ହଠାତ୍‌ ମାଳତୀଙ୍କ ମୁଣ୍ଡ ବୁଲାଇ ଥିବାରୁ ପୁଇଁନ୍ତଲା ବ୍ଲକ ରାକ୍‌ସୀମୁଣ୍ଡା ଠାରେ ସେ ଚଳନ୍ତା ବାଇକରୁ ପଡି ଯାଇଥିଲେ । ଫଳରେ ମାଳତୀଙ୍କ ହାତରେ ଓ ଦେହରେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

twenty + 16 =