ଜଗୁଆ ଗ୍ରାମକୁ ସୁକନ୍ୟା ସମୃଦ୍ଧି ଗ୍ରାମ ଭାବରେ ଘୋଷଣା

ଟିଟିଲାଗଡ, (କେପିଏନ୍‌ଏସ୍‌) : ସଞ୍ଚୟ ପକ୍ଷ-୨୦୨୨ର ଅନ୍ତିମ ଦିନରେ ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ଜଗୁଆ ଗ୍ରାମକୁ ସୁକନ୍ୟା ସମୃଦ୍ଧି ଗ୍ରାମ ବା ସଂମ୍ପୂର୍ଣ୍ଣ ସୁକନ୍ୟା ଗ୍ରାମ ଭାବରେ ଘୋଷଣା କରାଯାଇଛି । ଗ୍ରାମରେ ଥିବା ଜନ୍ମରୁ ୧୦ ବର୍ଷ ପର୍ଯ୍ୟନ୍ତ ବୟସର ସମସ୍ତ ୧୧୬ ଜଣ କନ୍ୟା ସନ୍ତାନଙ୍କ ନାମରେ ସୁକନ୍ୟା ସମୃଦ୍ଧି ଯୋଜନାରେ ଜମାଖାତା ଖୋଲାଯାଇ ଗ୍ରାମକୁ ସଂମ୍ପୂର୍ଣ୍ଣ ସୁକନ୍ୟା ଗ୍ରାମରେ ପରିଣତ କରାଯାଇଥିଲା । ଜଗୁଆ ଗ୍ରାମ ପଞ୍ଚାୟତର ସଭାଗୃହରେ ଆୟୋଜିତ ସଭାରେ କନ୍ୟାରତ୍ନମାନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନା ଖାତା ଦିଆଯାଇଥିଲା । ସଭାରେ ଜଗୁଆ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଶ୍ରୀମତୀ ମୀନା ସାହୁ, ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ଜିଲ୍ଲା ସ୍ପଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୂକ୍ତକରଣ ବିଜୟ କୁମାର ଶତପଥି, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ବଲାଙ୍ଗିରର ବରିଷ୍ଠ ପରିଚାଳକ ସନ୍ତୋଷ ମେହେର, ଟିଟିଲାଗଡ ଉପଖଣ୍ଡର ଡାକ ନିରୀକ୍ଷକ, ମାନଭଞ୍ଜ ନାଏକ ଓ ଜଗୁଆ ଡାକଘରର ବ୍ରାଞ୍ଚ ପୋଷ୍ଟମାଷ୍ଟର ରୁହି ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜଗୁଆ ଗ୍ରାମକୁ ସୁକନ୍ୟା ସମୃଦ୍ଧି ଗ୍ରାମ ଘୋଷଣା କରିଥିଲେ ଓ ସଞ୍ଚୟ ଉପାଦେୟତା ଉପରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.