ରାସ୍ତାକଡରେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଗଛ : ସାଧାରଣରେ ଅସନ୍ତୋଷ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲ୍ କାର୍ଯ୍ୟାଳୟକୁ ଯିବା ରାସ୍ତା ସମ୍ମୁଖରେ ଏକ ଶୁଖିଲା ବୃକ୍ଷ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଉକ୍ତ ବୃକ୍ଷଟି ଯେକୌଣସି ସମୟରେ ମଧ୍ୟ ପଡିଯିବାର ସମ୍ଭାବନା ରହିଛି । ବିଭିନ୍ନ ଗାଁରୁ ଏହି ରାସ୍ତାରେ ତହସିଲ୍ କାର୍ଯ୍ୟାଳୟ, ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ଓ କୋର୍ଟକୁ ଜନ ସାଧାରଣ ଯାତାୟାତ କରୁଛନ୍ତି । ରାସ୍ତା ସମ୍ମୁଖରେ ଏପରି ଅବସ୍ଥାରେ ଶୁଖିଲା ବୃକ୍ଷ ରହିଥିବାରୁ ଲୋକେ ବିପଦର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ତେଣୁ ଉକ୍ତ ଶୁଖିଲା ବୃକ୍ଷଟିକୁ କାଟି ଦିଆଗଲେ ସେହି ରାସ୍ତାରେ ଯାତାୟାତ କରୁଥିବା ଜନସାଧାରଣ ଏବଂ ସ୍କୁଲ ଛାତ୍ରଛାତ୍ରୀ ନିର୍ଭୟରେ ଯିବା ଆସିବା କରିପାରିବେ ବୋଲି ମତ ପ୍ରକାଶ ପାଇଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.