ଶାଳେଶ୍ୱର ସ୍ୱପ୍ନେଶ୍ୱର ଦେବ ବିଦ୍ୟାପୀଠରେ ଶିଶୁ ଦିବସ ପାଳିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ତାପଙ୍ଗ ପଞ୍ଚାୟତ ଅଣ୍ଡା ଗ୍ରାମର ଶାଳେଶ୍ୱର ସ୍ୱପ୍ନେଶ୍ୱର ଦେବ ବିଦ୍ୟାପୀଠରେ ଶିଶୁ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଗଣେଶ୍ୱର ପୃଷ୍ଟି ନେହେରୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶିଶୁ ଦିବସର ମାହାତ୍ମ୍ୟ ଓ ନେହେରୁଙ୍କ ଜୀବନୀ ଉପରେ ବକ୍ତବ୍ୟ ଦେଇଥିଲେ । ଏହି ଅବସରେ ହୋଇଥିବା ଗୀତ ପ୍ରତିଯୋଗିତାରେ ଆଦ୍ୟାଶା ପ୍ରିୟଦର୍ଶିନୀ ନିଜର କୋମଳ କଣ୍ଠରେ ସମସ୍ତଙ୍କୁ ବିମୋହିତ କରିଥିଲେ । ଶିକ୍ଷକ ମନୋରଞ୍ଜନ ମହାପାତ୍ର, ଲିଙ୍ଗରାଜ ଷଡଙ୍ଗୀ, ଚିତ୍ତରଞ୍ଜନ ସାହୁ, ରବିନ୍ଦ୍ର ପ୍ରଧାନ, ବିଦ୍ୟାଧର ଚମ୍ପତ୍ତି, ଗୀତାଞ୍ଜଳି ଦାସ, ଚନ୍ଦ୍ରକଳା କୋଦାମ ସିଂ, ସମାଜସେବକ ତଥା ସ୍ୱେଚ୍ଛାସେବୀ ସଂସ୍ଥା ତପସ୍ୟାର ସମ୍ପାଦକ ପବିତ୍ର ବରାଳ, ସମାଜସେବୀ ହରେକୃଷ୍ଣ ଚମ୍ପତ୍ତି, ବିଜନ ବରାଳ, ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିରୋଜିନି ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.