ଅବସପ୍ରାପ୍ତ ଶିକ୍ଷୟତ୍ରୀ ଜୟଶ୍ରୀ ପାଣିଗ୍ରାହୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମାଲପଡା ନିବାସୀ ଅବସପ୍ରାପ୍ତ ଶିକ୍ଷୟତ୍ରୀ ଜୟଶ୍ରୀ ପାଣିଗ୍ରାହୀ(୭୨)ଙ୍କ ପରଲୋକ ହୋଇଯାଇଛି । ସେ ଥିଲେ ବିଶିଷ୍ଟ ଶିକ୍ଷାବିତ ସ୍ଵଗର୍ତ ତ୍ରିନାଥ କରଙ୍କ ସହଧର୍ମଣୀ । ସେ ଥିଲେ ଜଣେ କର୍ତ୍ତବ୍ୟନିଷ୍ଟା, ମିଷ୍ଟାଭାଷୀ ମେଲାପି ଶିକ୍ଷୟତ୍ରୀ । ତାଙ୍କର ମୃତ୍ୟୁ ସମୟରେ ବଡ଼ ପୁଅ ଆଶିଷ, ପୁତ୍ର ବଧୂ ମଧୁର୍ଯ୍ୟା, ଭାଇ ଶଶିକାନ୍ତ, ଭଉଣୀ ବିଦ୍ୟୁତ୍ ରେଖା, ଜୋଇଁ ରମେଶଙ୍କ ସହିତ ନାତି ନାତୁଣୀ ଉପସ୍ଥିତ ଥିଲେ । ବିଭୂତିପଡା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ବଡ଼ ପୁଅ ଆଶିଷ କର ମୁଖଗ୍ନି ଦେଇଥିଲେ । ତାଙ୍କର ମୃତ୍ୟୁ ଖବର ପାଇବା ପରେ ମାଳପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା ।

Leave A Reply

Your email address will not be published.

error: Content is protected !!