ଉପନିର୍ବାଚନ ପାଇଁ ଧରପଗଡ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ପକ୍ଷରୁ ଯାଞ୍ଚ ଓ ଧରପଗଡ କରାଯାଇଛି । (ଏସ୍‌ଏସ୍‌ଟି) ଷ୍ଟାଟିଷ୍ଟିକ ସର୍ଭିଲାନ୍ସ ଟିମ୍ ପକ୍ଷରୁ ଯାନବାହାନ ଯାଞ୍ଚ୍ ଝାରବନ୍ଧ ଓ ନୂଆପଡା ଜିଲ୍ଲା ସୀମାରେ କରାଯାଉଥିବା ବେଳେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଦ୍ୱାରା ୩୨ଟି ସ୍ଥାନରେ ଲଗାଯାଇଥିବା ପୋଷ୍ଟର ଓ ବ୍ୟାନର ହଟାଯାଇଥିଲା । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଏଥିରେ ୫୯୯ଲିଟର ମଦ, ୨୩୪୬ ଲିଟର ମଦ ପ୍ରସ୍ତୁତି ପାଇଁ ଥିବା ମହୁଲ ପୋଚ, ୨୩.୪୧ ଲିଟର ବିଦେଶୀ ମଦ, ୪୨.୫୫ଲିଟର ବିୟର, ୫.୪୦କେଜି ଗଞ୍ଜେଇ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୪,୮୯,୬୪୬ ଟଙ୍କା ବୋଲି ଆକଳନ କରାଯାଇଛି । ବିଭାଗ ପକ୍ଷରୁ ୧୭ଟି କେସ୍‌ କରାଯାଇ ୧୨ ଜଣକୁ ଗିରଫ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.