csstore

ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଟିବି ମୁକ୍ତ ଭାରତ ଅଭିଯାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଟିବି ମୁକ୍ତ ଭାରତ ଅଭିଯାନ ପାଇଁ ସରକାରଙ୍କ ଏକ ନିଆରା ପ୍ରୟାସ ଯଥେଷ୍ଟ କାର୍ଯ୍ୟକାରୀ ହୋଇପାରିଛି । ଯାହାକି ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ । ଟିବି ରୋଗୀଙ୍କୁ ସହାୟତାର ସଂକଳ୍ପ ନିମନ୍ତେ ପ୍ରତି ଗ୍ରାମ ଓ ସହର ମାନଙ୍କରେ ଏନଜିଓ କର୍ମକର୍ତ୍ତା, ଡାକ୍ତର, ଶିକ୍ଷକ, ଅଧ୍ୟାପକ, ଇଞ୍ଜିନିୟର, ଓକିଲ, ସାମ୍ବାଦିକ, ରାଜନୈତିକ ବ୍ୟକ୍ତି ବିଶେଷ ତଥା ବିଧାୟକ, ସାଂସଦ, ସହରାଞ୍ଚଳରେ କାଉନ୍ସିଲର, ପୌରଅଧ୍ୟକ୍ଷ ଏବଂ ଗ୍ରାମାଞ୍ଚଳରେ ଥିବା ପି.ଆର.ମେମ୍ବର ପ୍ରମୁଖ ନି-କ୍ଷ ମିତ୍ର ହୋଇ ଯକ୍ଷ୍ମାରୋଗ ମୁକ୍ତ ନିମନ୍ତେ ସହାୟକ ବ୍ୟକ୍ତିମାନେ ଜଣେ ଜଣେ ନି-କ୍ଷୟ ମିତ୍ର ହୋଇପାରିବେ । ଟିବି ରୋଗୀଙ୍କୁ ଆରୋଗ୍ୟ କ୍ଷେତ୍ରରେ ସେମାନଙ୍କର ଚିକିତ୍ସା ଦିଗରେ ଆର୍ଥିକ ପ୍ରୋତ୍ସାହନା ଯୋଗାଇବା ଅବା ସହାୟତା ଦିଗରେ ନି-କ୍ଷୟ ମିତ୍ର ମାନଙ୍କଠାରୁ ଚିକିତ୍ସା ସମ୍ବନ୍ଧୀୟ ପୃଷ୍ଟିକର ଖାଦ୍ୟପେୟ, ଔଷଧୀୟ ଉପକରଣ ଆଦି ଯୋଗାଇବା ଦିଗରେ ସହାୟତା କରିଥାନ୍ତି । ସର୍ବୋପରି ପ୍ରଧାମନ୍ତ୍ରୀଙ୍କ ଟିବି ମୁକ୍ତ ଭାରତ ଅଭିଯାନ ସଫଳ କରିବା ଦିଗରେ ରୋଗୀଙ୍କୁ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ କଣମଣା ପଞ୍ଚାୟତରେ ପୂର୍ବରୁ ହୋଇଥିବା ନି-କ୍ଷୟ ମିତ୍ର ଏକ କାର୍ଯ୍ୟକ୍ରମ ସଭାରେ ପାଞ୍ଚ ଜଣ ସଦସ୍ୟଙ୍କୁ ସ୍ୱାଧୀନ ମତପୋଷଣ କରିଛନ୍ତି । ଏହା ଅନୁସାରେ ପୃଷ୍ଟିକର ଖାଦ୍ୟ ପ୍ୟାକେଟ ଛଅ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ଦେବା ପାଇଁ ସ୍ଥିର କରାଯାଇଥିଲା । ସେହି ଉଦ୍ଦେଶ୍ୟରେ ଗୁରୁବାର ଦିନ କଣମଣା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ବି.ଦମୟନ୍ତୀ, ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ପ୍ରଭାତ କୁମାର ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ପିଙ୍କି ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ କାମିନୀ ବେହେରା ୱାର୍ଡ ମେମ୍ବର ଚନ୍ଦନ ବେହେରା ମହିଳା ଆତ୍ମ ସହାୟିକା ସଙ୍ଘର ମା’ମାନେ ସମସ୍ତ ଆଶା ଓ ଅଙ୍ଗୱାଡ଼ି ଗ୍ରାମବାସୀଙ୍କ ଉପସ୍ଥିତିରେ ପଦ୍ମିନୀ ଦାସ, ସନ୍ଧ୍ୟା ଦାସ, ପୁଷ୍ପା ପ୍ରଧାନ, ଭାସ୍କର ମହାରଣା, ଏ. ଗୋପାଳ ରେଡ୍ଡୀଙ୍କୁ ପୃଷ୍ଟିକର ଖାଦ୍ୟ ପ୍ୟାକେଟ୍ ଆଦି ଦିଆଯାଇଥିଲା ବୋଲି ଟିବି ନିରୀକ୍ଷଣ ଓ ନିୟନ୍ତ୍ରଣ ବିଭାଗ ପକ୍ଷରୁ କୁହାଯାଇଛି ।

jayashree
Leave A Reply

Your email address will not be published.