ମଣ୍ଡି ଖୋଲିବା ଦାବୀରେ ରାସ୍ତାରୋକ ଦ୍ୱିତୀୟ ଦିନରେ

  • ଗଛ ପକାଇ ରାସ୍ତା ଅବରୋଧ : ଗମନାଗମନ ଠପ୍‌

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଧାନ ମଣ୍ଡି ଖୋଲାଯିବା ଦାବୀରେ ଗଜବାହଲ ଛକଠାରେ ଚାଲିଥିବା ରାସ୍ତା ରୋକ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ତେବେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ବୁଝାମଣା ହୋଇପାରିନାହିଁ । ଆନ୍ଦୋଳନକାରୀ ମାନେ ରିଷିଡା-ତୁଷୁରା-ବଲାଙ୍ଗିର, ମ.ରାମପୁର-ରିଷିଡା- କର୍ଲାମୁଣ୍ଡା ରାସ୍ତାରେ ଗଛ ପକାଇ ଅବରୋଧ କରିଥିବାରୁ ତଥା ରାସ୍ତା ଉପରେ ଧାରଣା ଦେଉଥିବାରୁ ଯାତାୟାତ ଠପ୍ ହୋଇଯାଇଛି । ଫଳରେ ଜନ ସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଜି ଧାରଣା ସ୍ଥଳରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସରପଞ୍ଚ ଅରବିନ୍ଦ ଗହୀର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପବିତ୍ର ଭୋଇ, ପୂର୍ବତନ ସରପଞ୍ଚ ଭୀମସେନ ସାହୁ, ପୂର୍ବତନ ସମିତି ସଭ୍ୟ ବୀଣାପାଣି ସା, ନାଏବ ସରପଞ୍ଚ ଦେବକୀ ମହାନନ୍ଦ, ୱାର୍ଡ ମେମ୍ବର ସନ୍ତୋଷ ଦାଶ୍, ଅବନ୍ତି ମାଝୀ, ଚାଷୀ ନୃପମଣୀ ଗହୀର, ଉତ୍ତମ ଭୋଇ, ମକୁନ୍ଦ ମାଝୀ, ପ୍ରଫୁଲ୍ଲ କୁମାର ସାହୁ, ବୈକୁଣ୍ଠ ବିହାରୀ ପଧାନ, ପୂର୍ଣ୍ଣଚନ୍ଦ୍ର ମାଝୀ, ତ୍ରିଲୋଚନ ଗହୀର, ଦାମୋଦର ପଧାନ, ଅଶ୍ୱିନୀ ବେହେରା, ସୁବଳ ପଧାନ, ରଶ୍ମିରଞ୍ଜନ ମିଶ୍ର, ଅଖିଳ ମିଶ୍ରଙ୍କ ସମେତ ବହୁ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ମାନେ ଧାରଣାରେ ସାମିଲ ହୋଇଛନ୍ତି । ରିଷିଡା ଫାଣ୍ଡିର ପୋଲିସ ସଦଳ ବଳେ ମୁତୟନ ଅଛନ୍ତି ।

Leave A Reply

Your email address will not be published.