ଯୁବକଙ୍କ ଅମାନବୀୟ କାଣ୍ଡ : ସାପ ଦାନ୍ତ ଉପାଡୁଛନ୍ତି ଯୁବକ, ଭିଡିଓ ଭାଇରାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ଥାନା ବିଲେଇସର୍ଡାର ଜଣେ ଯୁବକ ଏକ ନାଗସାପକୁ ଧରି ଜୋର୍‌ ଜବରଦସ୍ତ ତାର ଦାନ୍ତକୁ ଉପାଡୁଥିବା ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଦାନ୍ତ ଉପାଡୁଥିବା ବ୍ୟକ୍ତିଜଣକ ସେହି ଗାଁର ବୋଲି ଜଣାପଡିଛି । ତେବେ ସୋସିଆଲ ମିଡିଆରେ ଉକ୍ତ ଭିଡିଓ ଭାଇରାଲ ହେବାପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ନିୟମାନୁଯାୟୀ, ସାପକୁ ଉଦ୍ଧାର କଲାପରେ ବନ ବିଭାଗକୁ ହସ୍ତାନ୍ତର କରି ତାକୁ ସୁରକ୍ଷିତ ସ୍ଥାନରେ ଛଡାଯିବା କଥା । ହେଲେ ଯୁବକଜଣକ ସାପକୁ ଧରି ଏକ ଛୋଟ ନେଲ କଟରରେ ତାର ଦାନ୍ତକୁ ଉପାଡୁଥିବା ଦେଖିବାକୁ ମିଳିଛି । ତେବେ କେଉଁ ଉଦ୍ଦେଶ୍ୟରେ ସାପଟିକୁ ଏଭଳି ଅକଥନୀୟ ଯାତନା ଦିଆଯାଉଛି ତାହା ଜଣାପଡିନି । ବନ ବିଭାଗ ଏଦିଗରେ ଦୃଷ୍ଟିଦେଇ ତଦନ୍ତ କରିବାକୁ ଦାବୀ ହୋଇଛି ।

Leave A Reply

Your email address will not be published.