ପାଟଣାଗଡ ବ୍ଲକରେ ମାଣ୍ଡିଆ କ୍ଷୁଦ୍ର ଶସ୍ୟ ଦିବସର ଉଦ୍‌ଘାଟିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକରେ ମାଣ୍ଡିଆ କ୍ଷୁଦ୍ର ଶସ୍ୟ ଦିବସ ପାଳନର ଶୁଭ ଉଦ୍‌ଘାଟନ ହୋଇଯାଇଛି । ପାଟଣାଗଡ ବ୍ଲକରେ ଗତକାଲି ଓ ଆଜି ମାଣ୍ଡିଆ ଦିବସ କରିବା ପାଇଁ ମିଲେଟ୍‌ ମିଶନ ଓଡିଶା, କୃଷି ବିଭାଗ, ମିଶନ ଶକ୍ତି, ପଞ୍ଚାୟତ ରାଜ ବିଭାଗ ଓ ଅଧିକାର ସଂସ୍ଥା ପାଟଣାଗଡଙ୍କ ଦ୍ଵାରା ମାଣ୍ଡିଆ ଦିବସ ସ୍ଥାନୀୟ ପାଟଣାଗଡ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶୁଭାରମ୍ଭ କରାଯାଇଛି । ଏହା ସାରା ଓଡିଶାରେ ପ୍ରଥମ ଥର ପାଇଁ ଦୁଇ ଦିନ ଧରି ପାଳନ କରାଯାଉଛି । ଗତକାଲି ପ୍ରଥମ ଦିନରେ ବ୍ଲକ କୃଷି ଅଧିକାରୀ ହରେକୃଷ୍ଣ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍‌ଘାଟନ କରିଥିବା ବେଳେ ମଞ୍ଚାସୀନ ଅତିଥି ଭାବରେ ବ୍ଲକ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଶ୍ରୀମତୀ ବୀଣାପାଣୀ ପଧାନ, ମିଶନ ଶକ୍ତି ବ୍ଲକ ସଂଯୋଜକ ବିଭୁତି ଭୂଷଣ ମିଶ୍ର, କୃଷକ ସଭାପତି ବୀରବର ରାଓ, ଅଧିକାରର ସଂପାଦକ ଜତୀନ କୁମାର ପାତ୍ର ଅତିଥି ଭାବରେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ମାଣ୍ଡିଆ ଏକ କ୍ଷୁଦ୍ର ଶସ୍ୟ ଅଟେ । ଯାହା ଆମେ ଖାଉଥିବା ଖାଦ୍ୟ ତୁଳନାରେ ଅଧିକ ମାତ୍ରାରେ ପୁଷ୍ଟିସାର ରହିଛି ବୋଲି ଶରୀର ପାଇଁ ହିତକର ଅଟେ ବୋଲି କହିବା ସହିତ ସମସ୍ତଙ୍କ ଘରେ ମିଲେଟ୍ ଜାତୀୟ ଚାଷ କରାଯାଉ ଏବଂ ସମସ୍ତଙ୍କ ଘରେ ଖାଆନ୍ତୁ ବୋଲି ସମସ୍ତ ଅତିଥିମାନେ ମତ ଦେଇଥିଲେ । ପାଟଣାଗଡ ବ୍ଲକର ୩୦୦ରୁ ଅଧିକ ମହିଳା ପୁରୁଷ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ଚାଷୀ ଭାଇମାନେ ଯୋଗ ଦେଇ ମାଣ୍ଡିଆରେ ତିଆରି ମାଣ୍ଡିଆ ଗୁଲାବ ଜାମୁନ, ମାଣ୍ଡିଆ ବିରିବଡା, ମାଣ୍ଡିଆ ପକୁଡି, ମାଣ୍ଡିଆ ଆଳୁଚପ୍, ମାଣ୍ଡିଆ ମାଲପୁଆ ଖାଇବାର ବହୁତ ମଜା ନେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଲେଟ୍‌ ମିଶନ ଅଧିକାରର ବ୍ଲକ ସଂଯୋଜକ ଡୋଲେଶ୍ୱର ବୁଡେକ, ବିନୋଦ କୁମାର ପାରାଭୁଏ, ନରେନ୍ଦ୍ର ମଲ୍ଲିକ, ଗୋପାଳ କୃଷ୍ଣ ପଟେଲ, ପରେଶ ବୁଡେକ, ରଘୁନାଥ ରଣା, ପ୍ରଦୀପ କୁମାର ଠାକୁର ଦିଲ୍ଲୀପ ମାଝୀ, ବିଟିଏମ୍ ସନ୍ତୋଷ କୁମାର ମେହେର ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!