କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଛାଡେଙ୍ଗେନ ଗ୍ରାମ ପଞ୍ଚାୟତର ବାଲିଗୁଡା ଠାରେ ପାଳନ ହୋଇ ଆସୁଥିବା ମାର୍ଗଶିର ମାଣବସା ୩୪ ବର୍ଷରେ ପଦାର୍ପଣ କରିଛି । ୧୯୮୮ରେ ପ୍ରଥମେ ଗ୍ରାମରେ ଆରମ୍ଭ ହୋଇଥିବା ଉକ୍ତ ପୂଜାରେ ଏ ବର୍ଷ କର୍ତ୍ତା ଭାବେ ଜଗ ପୁଟା ଓ ପତ୍ନୀ ଶିବରାତ୍ରି ପୁଟା ଥିବା ବେଳେ ପୂଜକ ସୁବାସ ଦାସ ଓ କମିଟି ସଭାପତି ଭାବେ ଯୁବରାଜ କହଁର ଓ ସମ୍ପାଦକ ଭାବେ କେଶବ ପୁଟା ଅଛନ୍ତି । ଆଜି କଳସ ଯାତ୍ରାରେ ଗ୍ରାମର ସମସ୍ତ ମହିଳା, ପୁରୁଷ ସମେତ ଭକ୍ତ ବୃନ୍ଦ ଖୋଲ ସଂକୀର୍ତ୍ତନ ହରିବୋଲରେ ରାହୁଲ ନଦୀରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ । ପ୍ରତେକ ବୁଧବାର ଦିନ ସମସ୍ତ ଭକ୍ତମାନେ ଗୋଟିଏ ସ୍ଥାନରେ ପୂଜାର୍ଚ୍ଚନା, ନାମ ସଂକୀର୍ତ୍ତନ, ଅନ୍ନ ସେବନ କରୁଥିବା ବେଳେ ବୁଧବାର ରାତି ଲକ୍ଷ୍ମୀପୁରାଣ ନାଟକ ସ୍ଥାନୀୟ ଶ୍ରୀ ସତ୍ୟସାଇ ମଣ୍ଡପରେ ପରିବେଷଣ କରି ଭକ୍ତି, ଏକତା ଓ ଭାଇଚାରାର ବାର୍ତ୍ତା ଦେଇଥାନ୍ତି ଗ୍ରାମବାସୀ ।
Next Post